ବାଲିଗୁଡା ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Udaya_Labanya | June 25, 2022 | 100 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ର ରଥଯାତ୍ରା କିଭଳି ଶାନ୍ତି ଓ ଶୃଙ୍ଖଳାର ସହିତ କରାଯିବ ସେ ନେଇ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ମଧୁସୂଦନ ବେହେରାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା | ବାଲିଗୁଡା ଏସ୍‌ଡିପିଓ ଜି ଆର ରାଘବେନ୍ଦ୍ର, ବାଲିଗୁଡା ଏନଏସି ଅଧ୍ଯଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର, ବିଡିଓ ଜଗଦୀଶ ଷଡ଼ଙ୍ଗୀ, ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ, ପୂର୍ବତନ ଏନଏସି ଅଧ୍ଯକ୍ଷ ଲୋକ ନାଥ ପାଢ଼ୀ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ,ଜଗନ୍ନାଥ ମଦିର ସଭାପତି ଟି ଶ୍ରୀନିବାସ ରାଓ, ବିଭିନ୍ନ ସରକାରୀ ଅଧିକାରୀ,କାଉନସିଲର,ବୁଦ୍ଧିଜୀବୀଙ୍କ ସମେତ ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଏହି ବୈଠକରେ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ |ଚଳିତ ବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ କିପରି ଅନୁଷ୍ଟିତ ହେବ ସେ ନେଇ ଆଲୋଚନା କରାଯାଇଥିଲା | ଵାଲିଗୁଡା ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ କୁମାର ମଲ୍ଲିକ ପରିଚାଳନା କରିଥିଲେ |

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories