#Breaking News

ରାଜ୍ୟସ୍ତରୀୟ ତାଇକୋଣ୍ଡୋ ରେଫରୀ କର୍ମଶାଳା


କଟକ(ଉଲାପ୍ର)

କଟକ ବାରବାଟୀ ଷ୍ଟାଡିୟମ କ୍ଲବ ହାଉସଠାରେ ୨୫ ଓ ୨୬ ଦୁଇ ଦିନ ଧରି ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନ ଏବଂ ଓଡ଼ିଶା ତାଇକୋଣ୍ଡୋ ଟ୍ରେନିଂ ସେଣ୍ଟର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ରେଫରୀ କୋର୍ସ ଓ ରିଫ୍ରେସର କୋର୍ସ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ଅନ୍ତର୍ଜାତୀୟ ତାଇକୋଣ୍ଡୋ ଗ୍ରାଣ୍ଡ ମାଷ୍ଟର କ୍ଲାସ ୱ।ନ ରେଫରୀ ତଥା ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନ୍ ସମ୍ପାଦକ ଗୋପାଳ ଚନ୍ଦ୍ର ରାୟଙ୍କ ତତ୍ତ୍ୱାବଧାନରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଭାବାନ ବ୍ଲାକ ବେଲ୍ଟ କ୍ରୀଡ଼ାବିତ ଯୋଗ ଦେଇ ତାଇକୋଣ୍ଡୋ ଖେଳର ନୂତନ ନିୟମ ଓ ପ୍ରତିଯୋଗିତାର ପରିଚାଳନାର ନିୟମଗୁଡିକ ପୁଙ୍ଖାନୁପୁଙ୍ଖ ଅବଗତ କରାଇଥିଲେ। ଏହି କ୍ରୀଡ଼ାବିତମାନେ ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟ ଏବଂ ଜାତୀୟ ସ୍ତରୀୟ ପ୍ରତିଯୋଗିତାର ବିଚାରକଭାବେ ଅଂଶ ଗ୍ରହଣ କରିପାରିବେ। ଏହି କାର୍ମଶାଳାରେ ଯୋଗ ଦେଇଥିବା ପ୍ରତିଭାବାନ ବ୍ଲାକ ବେଲ୍ଟ କ୍ରୀଡ଼ାବିତମାନେ ହେଲେ ଲିଙ୍ଗରାଜ ପୃଷ୍ଟି, ଚନ୍ଦନ ସାହୁ, ପ୍ରଦୀପ କୁମାର କାଣ୍ଡି, ନିର୍ମଳ ଚନ୍ଦ୍ର ନାୟକ, ରଞ୍ଜିତ ବେହେରା, ସ୍ୱସ୍ତିକ କାନୁନଗୋ, ପ୍ରଫୁଲ୍ଲ ମାସନ୍ତ, ଟଙ୍କଧର ନାୟକ, ମନୋଜ ପାତ୍ର, ମାନସ ରଞ୍ଜନ ବାରିକ, ଦିଗବିଜୟ ବେହେରା, ବିଶ୍ଵରୂପା ପାତ୍ର,ସ୍ମୃତିଲବ୍ଧ। ନାୟକ, ସତ୍ୟବାନ ମହାପାତ୍ର, ସ୍ଥିତିପ୍ରଜ୍ଞା ଗିରି, ପ୍ରଦୀପ ପାତ୍ର, ଅମ୍ବିତ ହଂସଦା, ଜିତେନ୍ଦ୍ର ଓରାମ ଏବଂ କୃଷ୍ଣଚନ୍ଦ୍ର ଓରାମ ।

Leave a comment

Your email address will not be published. Required fields are marked *