#Breaking News

ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବିରେ କଂଗ୍ରେସର ସତ୍ୟାଗ୍ରହ


ଆଠଗଡ,(ଉଲାପ୍ର )
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ସେନାରେ ୪ବର୍ଷିଆ ଠିକା ଯବାନ ନିଯୁକ୍ତି ନିଷ୍ପତ୍ତି ପ୍ରତ୍ୟାହାର କରିବା ଦାବିରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି କ୍ରମେ ଆଜି ଆଠଗଡ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ତଥା ଆଠଗଡର ବିଶିଷ୍ଟ କଂଗ୍ରେସ ନେତା ଉମା ବଲ୍ଲଭ ରଥଙ୍କ ନେତୃତ୍ବରେ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ବର୍ଷକୁ ଦୁଇକୋଟି ଯୁବକଙ୍କୁ ଚାକିରି ଦେବାକୁ କହି କେନ୍ଦ୍ର ସରକାର ଅଦ୍ଯାବଧି ୮ବର୍ଷରେ ଯୁବକଙ୍କୁ ନିଯୁକ୍ତି ଓ ଚାକିରୀ ଦେଇନପାରି ଦେଶର ଯୁବକ ମାନଙ୍କୁ ଭାରତୀୟ ସେନାରେ ନିଯୁକ୍ତି ଦେବା ନାଁ ରେ ପ୍ରତାରଣା କରୁଛନ୍ତି ବୋଲି କୁହାଯାଇଛି। ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ନାଁ ରେ ୪ ବର୍ଷିଆ ଆଉଟ୍ ସୋର୍ସିଂ ଠିକା ନିଯୁକ୍ତି ଦେଇ ଯୁବକ ମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଜୁମଲା ବାଦ କରୁଛନ୍ତି ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମ ରେ ଆଠଗଡ ବ୍ଲକ୍ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ତିଗିରିଆ ବ୍ଲକ ସଭାପତି ସୋମନାଥ ଦାସ,ଏନ୍ ଏ ସି ସଭାପତି ସୋମନାଥ ଭକ୍ତା, ମେହେବୁବ ଅହମଦ ଖାଁ, ସଚ୍ଚିଦାନନ୍ଦ ପଣ୍ଡା, ସୁନିଲ ସୁତାର, ରଜନୀ ଜେନା, ମିନିଷ୍ଟର ପ୍ରଧାନ, ଯୁବ କଂଗ୍ରେସ ନେତା ମନୋରଞ୍ଜନ ପଟ୍ଟନାୟକ, ବିକ୍ରମ ରାୟସାମନ୍ତ୍, ପ୍ରଶାନ୍ତ ବେହେରା, ମହିଳା କଂଗ୍ରେସ ନେତ୍ରୀ ବିଶାଖା ମହାନ୍ତି, ପାର୍ବତୀ ବେହେରା, ବରିଷ୍ଠ କଂଗ୍ରେସ ନେତା ବାଞ୍ଛାନିଧି ଜେନା, ଶରତ ଦାଶ ମନୋରଞ୍ଜନ ଦାଶ, ଜୁବୁଲି ପଟ୍ଟନାୟକ, ରବୀନ୍ଦ୍ର ଗଣ୍ଠିଆ, ଅଶୋକ ପ୍ରଧାନ, ଅଶୋକ ତ୍ରିପାଠୀ, ପ୍ରତାପ ପରିଡ଼ା ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ରେ ଅଂଶଗ୍ରହଣ କରିଥିଲେ।

Leave a comment

Your email address will not be published. Required fields are marked *