ଫୁଟୁ କୁଲି ଛତୁ ଭାରି ସୁଆଦିଆ
Udaya_Labanya | June 27, 2022 | 116 views |0 | Breaking News
ଫୁଲବାଣୀ -(ସୁନୀଲ ପଟନାୟକ)
ନା ଫୁଟୁ କୁଲି ଛତୁ । ଦେଖି ବାକୁ ମାଟି ରଙ୍ଗ ଆଉ ଗୋଲଗୋଲ । ମାଟି ଭିତରୁ ଖୋଳି ବାହାର କର। ଯାଉଥିବାରୁ ଉପରରଙ୍ଗ ମାଟିଆ ଦେଖାଯାଏ । ସଫାକରିଲେ ଧଳା । ତେବେ ଖୋଳପା କୁଫଟାଇଲେ ଭିତରୁ ଅସିଲି ଛତୁ ବାହାରିଥାଏ। ଏହାକୁ ତରକାରୀ, କିମ୍ବା କଷା, ନଚେତ ପିଆଜ କଞ୍ଚାଲଙ୍କାପକାଇ ଭାଜିଲେ ଭାରି ସୁଆଦିଆ ଲାଗେ। ଯିଏ ଥରେ ଏହାର ସ୍ଵାଦ ଚାଖିଛି ସେ ସହଜରେ ଭୁଲିପାରିବନି।
ବର୍ଷା ଦିନ ଆରମ୍ଭରେହିଁ ଏହି ଛତୁ ମିଳିଥାଏ।ବର୍ତମାନ ଫୁଲବାଣୀ ସହରରେ ଏହି ପୁଟ କୁଲି ଛତୁ ର ପସରା ମେଲିଛି l ହେଲେ ଦର ଚାରିଶ ଟଙ୍କା ରହିଛି କିଲୋ ପିଛା l
ତଥାପି ଦର କୁ ଖାତିର ନକରି ଛତୁ ନେଉଛନ୍ତି ଲୋକେ l
ଏହି ଛତୁ ଶାଳଗଛ ମୂଳ ଚାରିପଟରେ ମିଳିଥାଏ ।
କ’ନ୍ଧମାଳ ଜିଲ।ରେ ଭରପୁର ଶାଳ ଜଙ୍ଗଲ ଥିବା ଫଳରେ ଏହି ଫୁଟକୁଲି ଛତୁ ପ୍ରତିବର୍ଷ ଏହି ସମୟରେ ବହୁଳ ଭାବେ ମିଳିଥାଏ । ଆଦିବାସୀ ମହିଳାମାନେ ସକାଳୁ ସକାଳୁ ଶାଳ ଜଙ୍ଗଲରୁ ଖୋଳି କରି ଆଣିଥାନ୍ତି । ସେମାନେ ନିଜେ ଖାଇବା ସହ ସହରକୁ ଆଣି ବିକ୍ରି ମଧ୍ୟ କରିଥାନ୍ତି । ଏହି ଛତୁରଦାମ କଲେ। ପିଛା ଶହରୁ ୩ଶହରୂ ଚାରିଶ ଟଙ୍କା ରହିଥାଏ। ଛତୁରେ ମାତ୍ରାଧିକ ପ୍ରୋଟିନ, କାଲସିୟମ ଆଦି ରହିଥିବାରୁ ଏହା ସ୍ୱାସ୍ଥ୍ୟ ପ୍ରତି ବେଶ ହିତକର । ଫଳରେ ସହରବାସୀ ଏହି ଛତୁ କିଣି ନେଇଥାନ୍ତି । ଛତୁ ଖାଇବା ଲାଗି ଏହି ସମୟକୁ ସମସ୍ତେ ସତେ ଯେପରି ଅପେକ୍ଷା କରିଥାନ୍ତି । ଫୁଟ କୁଲି ଛତୁ କେବଳ ଆଷାଢ଼ ମାସରେ ହିଁ ମିଳିଥାଏ । ବର୍ତ୍ତମାନ ଦିନେ ଦୁଇ ଦିନ ହେଲା ଏହି ଛତୁ ମାର୍କେଟକୁ ଆସିଛି ।
ଛତୁ ସଂଗ୍ରହ କରି ତାକୁ ବିକ୍ରିକରି ଗ୍ରାମା ଞ୍ଚଳର ଆଦିବାସୀ ମହିଳାମାନେ ନିଜେ ଖାଇବା ସହ ବେଶ ଦି ପଇସା ରୋଜଗାର ମଧ୍ୟ କରିଥାନ୍ତି ।
ଯାହାକି ସେମାନଙ୍କ ଜିବୀ କା ନିର୍ବାହରେ ସହାୟକ ହୋଇଥାଏ।