
କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘ ର ଯୋଜନା ଓ ସମନ୍ୱୟ ବୈଠକ
Udaya_Labanya | June 28, 2022 | 100 views |0 | Breaking News
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ନବ ନିର୍ବାଚିତ କାର୍ଯ୍ୟ କାରିଣୀ ସଦସ୍ୟ ଓ ସଦସ୍ୟାଙ୍କ ପ୍ରଥମ ବୈଠକ ରାମ ଚନ୍ଦ୍ର ଦାସଙ୍କ ଅଧକ୍ଷତାରେ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକାରିଣୀ ବୈଠକରେ ଆଗାମି ତିନି ବର୍ଷ ପାଇଁ ମହାସଂଘର ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ କିପରି ସାମାଜିକ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ରଖି କନ୍ଧମାଳ ଜିଲାର ବିକାଶ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ମହାସଂଘର ଉପାଧ୍ୟକ୍ଷା ସାବିତ୍ରୀ ଦେବୀ, କୋଷାଧ୍ୟକ୍ଷ ପଞ୍ଚାନନ ମିଶ୍ରଙ୍କ ସମେତ କାର୍ଯ୍ୟକାରି ସଦସ୍ୟ ଓ ସଦସ୍ୟା ଅଶୋକ ପ୍ରଧାନ, ଚନ୍ଦ୍ରକାନ୍ତ ନାୟକ, ବରଦା ପ୍ରସନ୍ନ ନାୟକ ବୈଠକରେ ନିଜସ୍ୱ ଅଞ୍ଚଳର ବିକାଶ ଦିଗରେ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ସଦସ୍ୟ ଅନୁଷ୍ଠାନ କିପରି ମାର୍ଗଦର୍ଶନ କରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ସାଧାରଣ ସଭାରେ ଏକ ପୂର୍ଣ୍ଣାଙ୍ଗ ସାଙ୍ଗଠନିକ ବ୍ୟବସ୍ଥା କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଆବାହକ ଇଂ.ହରିଶଙ୍କର ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୈଳାସ ଦଣ୍ଡପାଟ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କୈଳାଶ ଦଣ୍ଡପାଟ ଓ କେଶମତି ପ୍ରଧାନଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ନୂତନ ଜିଲ୍ଲାପାଳଙ୍କୁ ସୌଜନ ମୂଳକ ସାକ୍ଷାତ ମଧ୍ୟ କରିଥିଲେ।