#Breaking News

ଜନସଙ୍ଘ ର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ 23 ତମ ବଳିଦାନ ଦିବସ ପାଳିତ

ଭୁବନେଶ୍ୱର (ଉଲାପ୍ର )ଭାରତୀୟ ଜନସଂଘ ର ସଂସ୍ଥାପକ ଓ ପ୍ରଚଣ୍ଡ ରାଷ୍ଟ୍ରଭକ୍ତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୁନ ୨୩ ବଳିଦାନ ଦିବସ ଠାରୁ ଜୁଲାଇ ୬ ତାରିଖ ଜନ୍ମ ଦିବସ ଦୀର୍ଘ ୧୪ ଦିନ ବ୍ୟାପୀ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ତରଫରୁ ସାରା ରାଜ୍ୟରେ ସମସ୍ତ ନଦୀ ଘାଟ ସଫୋଇ ସହିତ ନଦୀ ପଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ଅବସରରେ ଆଜି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଳକ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ଗ୍ରାମ ର ବିଶୂନାଥ ମଠ ଠାରେ କନ୍ଦଳ ନଦୀଘାଟ ସଫୋଇ କରାଯିବା ସହିତ ନଦୀ ପଠାରେ ବୃକ୍ଷ

ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥି ସହିତ କନ୍ଦଳ ନଦୀ ଆଳତି ଓ ବନ୍ଦନା କାଯ୍ୟକ୍ରମ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନମାମି ଗଙ୍ଗେ ରାଜ୍ୟ ସହସଂଯୋଜକ ଶ୍ରୀ ଅଶୋକ କୁମାର ରଥ ଓ ଡକ୍ଟର ରବିନ୍ଦ୍ର କୁମାର ବେହେରା, କଟକ ଜିଲ୍ଲା ନମାମି ଗଙ୍ଗେ ସଂଯୋଜକ ଶ୍ରୀ ଦୁର୍ଯ୍ୟୋଧନ ଲେଙ୍କା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ଶ୍ରୀରଂଜନ ମଗଂରାଜ ଓ ହୃଶୀକେଶ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବିଶୂଜୀତ୍ ସ୍ୱାଇଁ, ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ ।

Leave a comment

Your email address will not be published. Required fields are marked *