#Breaking News

ଗୋପବନ୍ଧୁ ଙ୍କ ପୁଣ୍ୟ ତୀଥି ଅବସରରେ ପ୍ରେସ କ୍ଲବ ଓ ସମାଜ ପକ୍ଷରୁ ସ୍ଵେଛା କୃତ ରକ୍ତ ଦାନ ଶିବିର


ଫୁଲବାଣୀ (ସୁନୀଲ ପଟନାୟକ )
ପ୍ରେସ କ୍ଲବ ଓ ଦୈନିକ ସମାଜ ପକ୍ଷରୁ ମିଳିତ ସହଯୋଗ ରେ ବୁଧବାର ଉତ୍କଳ ମଣି ଗୋପ ବନ୍ଧୁ ଦାଶ ଙ୍କ ଚଉରାନବେ ତମ ପୁଣ୍ୟ ତିଥି ଅବସରରେ ବ୍ଲଡ଼ ବ୍ୟାଙ୍କ ପରିସରରେ ଏକ ସ୍ଵେଛାକୃତ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା lଏ ଥିରେପଇଁଚାଳିଶ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ଏହି ଅବସର ରେ ମୁଖ୍ୟଅତିଥି ଭାବେଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଓ ପ୍ରକଳ୍ପ ନିର୍ଦେଶକ ବିଶ୍ୱରଂଜନ ନାୟକ ଯୋଗ ଦେଇ ଶିବିର କୁ ଉଦଘାଟନ କରିଵା ସହ ରକ୍ତଦାତା ମାନକୁ ଉତ୍ସାହିତ କରି ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା,ପି ଏ, ଆଇଟିଡିଏ ବୀରେନ୍ଦ୍ର କୁମାର ଦାସ, ପୌରଧକ୍ଷା ସ୍ମିତାରାଣୀ ମହାନ୍ତି,କାଉନସିଲର ରାଜେନ୍ଦ୍ର ପାଢ଼ୀ ଓ ଏକ ନମ୍ବର ୱାର୍ଡ କାଉନସିଲର ପ୍ରମୁଖସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l
ପ୍ରଥମେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଓ ସମ୍ପାଦକ ପ୍ରଶାନ୍ତ ବେହେରା ରକ୍ତ ଦାନ କରିଥିଲେ lଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଅଜିତ ମହାରଣା, ଶିବ ନାୟକ, ସୂର୍ଯ୍ୟ ନାରାୟଣ ବେହେରା,କାଁହୂ ଶତପଥୀ ଙ୍କ ସମେତ ସମାଜସେବୀ ପ୍ରଦୀପ ସ୍ୱାଇଁ,ଆଇ ଟି ଅ ଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠି ଙ୍କ ସମେତ ଟିମ ହୁମାନୀଟି ର ସଦସ୍ୟ, ଓ ଆଇଟିଆଇ ଛାତ୍ର ଛାତ୍ରୀମାନେ ସ୍ବେଛାକୃତ ରକ୍ତଦାନ କରିଥିଲେ l
ଏହି ଶିବିର କୁ ବ୍ଲଡ଼ ବ୍ୟାଙ୍କ ଅଧିକାରୀ,ଡା, ଜୟଦୀପ ଘୋଷ, ଟେକନିସିଆନଦିନ କୃଷ୍ଣ ମହନ୍ତ, ତୁଷାର କାନ୍ତ ପ୍ରଧନ ଲକ୍ଷ୍ମୀ ଧର ମଣ୍ଡଳ, ସୁଜିତ ସାହୁ, ବରୁଆଁବେହେରା ସଂଯୁକ୍ତlଦଳ ଛତ୍ର ,ପ୍ରମୁଖ ସୁଚାରୁରୂପେ ପରିଚାଳନାକରିଥିଲେ lସେହିପରିସମାଜ ପ୍ରତିନିଧି ଅଶୋକ ମହାନ୍ତି, ଚ କାପାଦ ସମାଜ ପ୍ରତିନିଧି, ସାମ୍ବାଦିକ ସନ୍ତୋଷ ଦିଗଲ, ତ୍ରିନାଥ ସାହୁ, ସଦାଶିବ ପାତ୍ର, ଅଚ୍ୟୁ ତାନନ୍ଦ ସେଠି, ଗୋପାଳ କୃଷ୍ଣ ପଟନାୟକ, ପ୍ରମୁଖ ଆନ୍ତରିକ ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *