ବ୍ଲକ ସ୍ତରୀୟ ସାଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ

Udaya_Labanya | June 30, 2022 | 108 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସ୍ତରୀୟ ପାରମ୍ପରିକ କଳା ଓ ସଂସ୍କୃତି ସଂଘ ଓ ରାଧେ ଗୋବିନ୍ଦ ମଠ ରାଧେ ରାଧେ ମହିଳା ସଂକୀର୍ଣ୍ଣନ ମଣ୍ଡଳୀ ର ମିଳିତ ଆନୁକୂଲ୍ୟରେ ଘୁ.ଉଦୟଗିରି ବ୍ଲକ କନଵାଗିରୀ ଠାରେ ସାଂସ୍କୃତିକ ମହୋତ୍ସଵ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଅକ୍ଷୟ କର୍ଣ୍ଣ, ସମ୍ମାନିତ ଅତିଥି ଭାବେ କୁଇ ସଂସ୍କୃତି ଗବେଷକ ପ୍ରଦୀପ କହଁର, ଫୁଲବାଣୀ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ରମେଶ ଚନ୍ଦ୍ର ସାହୁ, ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା, କ.ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ତ୍ରିନାଥ ପଣ୍ଡା ଟିକାବାଲି ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ଶତପଥି ପ୍ରଧାନ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବରିଷ୍ଠ କଳାକାର ମଂଚାସୀନ ଥିଲେ l ଘୁ ଉଦୟଗିରି ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ଜୁନୁଷ ପରିଛା ଆମନ୍ତ୍ରିତ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପ ଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇ ଥିଲେ l ପରେପରେ ପାରମ୍ପରିକ ଖଞ୍ଜଣୀ ନୃତ୍ୟ ମହିଳା ସଂକୀତନ ମଣ୍ଡଳୀ ର ନୃତ୍ୟ ସଂଗୀତ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା l ବ୍ଲକ ଉପ ସଭାପତି ଜ଼ିଲ୍ଲା ର ସଂସ୍କୃତି ପରମ୍ପରା କୁ ଉଦଜୀବିତ ପାଇଁ ପ୍ରୟାସ କରୁଥିବାରୁ ବିଭିନ୍ନ ମହଲ ରେ ଉଚ୍ଚ ପ୍ରଶଂସା କରାଯାଇଛି l ବ୍ଲକର ସମୁଦାୟ ୧୨ ଗୋଟି ପାରମ୍ପରିକ ଆଦିବାସୀ ନୃତ୍ୟ ଦଳ ନିଜ ନିଜର କଳା ନୈପୂଣ୍ୟ ପ୍ରଦର୍ଶନ କରିଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 3 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 104 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories