ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବଡ଼ ଖବର ସଂପାଦକଙ୍କୁ ଅନ୍ୟାୟ ଗିରଫ ଦାରୀ ର ନିନ୍ଦା

Udaya_Labanya | July 3, 2022 | 39 views |0 | Breaking News


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) ବଡ ଖବର ର ସଂପାଦକ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ତ୍ରିବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର ଇଓଡବ୍ଲୁ ଜରିଆରେ ଯେଉଁ ଭଳି ଉଦେଶ୍ୟ ମୂଳକ ଭାବରେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଧୁ ଦାଶ ଙ୍କୁ ଗରିଫ କରିଛନ୍ତି ତାହା ଅତି ନିନ୍ଦନୀୟ ଅଟେ। ସତ୍ୟ କୁ ସାମ୍ନାକୁ ଆଣୁଥିବା ସାମ୍ବାଦିକ ଙ୍କ କଣ୍ଠରୋଧ କରାଯିବା ସହ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ କୁ ଏହି ଘଟଣା କୁଠାର ଘାତ କରୁଥିବା ଭଳି ମନେ ହେଉଛି। ଅଗଣତାନ୍ତ୍ରିକ ଭାବେ ଶ୍ରୀ ଦାଶ ଙ୍କ ବିରୋଧରେ ହୋଇଥିବା କାର୍ଯ୍ୟନୁଷ୍ଠାନ ଓ ଗିରଫ ଦାରୀ ର ନିରପେକ୍ଷ ଭାବେ ତଦନ୍ତ କରି ସମ୍ବିଧାନ ଓ ସାମ୍ବାଦିକ ଙ୍କ ସୁରକ୍ଷା କ୍ଷେତ୍ର ରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଉତ୍କଳ ସାମ୍ବାଦିକ ସଂଘ, କନ୍ଧମାଳ ପକ୍ଷରୁ ସୋମବାର ଦିନ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସ୍ତରରୁ ବିଡ଼ିଓ ଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଏହା ସହ ଜିଲ୍ଲାର ମୁଖ୍ୟାଳୟ ରେ ଜିଲ୍ଲାପାଳ ଙ୍କୁ ଓ ବାଲିଗୁଡ଼ାରେ ଉପଜିଲ୍ଲାପାଳ ଙ୍କ ଜରିଆରେ ମଧ୍ଯ ଏକ ଦାବୀ ପତ୍ର ପ୍ରଦାନ କରାଯିବ।। ସଙ୍ଘର ସଭାପତି ସନ୍ତୋଷ କୁମାର ଦାଶ, ମନୋରଞ୍ଜନ ରାୟ, ସଞ୍ଜୟ କୁମାର ପାଣିଗ୍ରାହୀ, ସତ୍ୟ ନାରାୟଣ ପାଢ଼ୀ, ସଦାଶିବ ପାତ୍ର, ସୁବାଷ ପ୍ରଧାନ, ଫିଲମୋହନ ନାୟକ, ବି.ଭି ଶଙ୍କର, ଦୁଃଖୀ ଶ୍ୟାମ ପ୍ରଧାନ, ବୈଦ୍ୟନାଥ ବେହେରା, ପ୍ରେମ ଚାନ୍ଦ ସିଂ, ସୁବାଷ ଚନ୍ଦ୍ର ମହାରଣା, ପ୍ରତାପ ଦିଗାଲ, ପବିତ୍ର ଦିଗାଲ, ପ୍ରତାପ ନାୟକ, ଆଶୁତୋଷ ସାହୁ, ବସନ୍ତ ବେହେରା, ହେମନ୍ତ ମୁଖୀ, ସୁଧାଂଶୁ କହଁର, ଧର୍ମପଦ ନାୟକ, ଅଶ୍ୱିନୀ ମନ୍ତ୍ରୀ, ଓ ତରଣୀ ସେନ ସାହୁ, ଲଷ୍ମୀକାନ୍ତ ରାଜଗୁରୁ ପ୍ରମୁଖ ନିନ୍ଦା କରିଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ବୁଦ୍ଧିଜୀବୀ ସମ୍ମିଳନୀଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ

Udaya_Labanya | August 11, 2022 | 35 views |0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ସ୍ୱାଧୀନତାର ଅମୃତ ମହୋତ୍ସବର ଶୁଭ ଉଦଘାଟନ ହୋଇ ଯାଇଛି lସକlଳେ ଶିଶୁମାନଙ୍କ ଦ୍ୱାରା ଗୋପୁଜାନ, ରକ୍ଷାବନ୍ଧନ, ପଞ୍ଚସ୍ତରୀ ଟି…

ଶିକ୍ଷା ଅଧିକାର ସମ୍ପର୍କିତ ସଚେତନତା

Udaya_Labanya | August 11, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ବୁଧବାର ତୁଡିପାଜୁ ସ୍ଥିତଜବାହର ନବୋଦୟ ବିଦ୍ୟାଳୟ ରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା l ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ‌ଅନୁଶିଳା ର lଏ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜୁଭେନାଇଲ…

Leave a Reply

Your email address will not be published. Required fields are marked *

Archives

Categories