କନ୍ଧମାଳ ଜିଲ୍ଲା ପ୍ରେସ କ୍ଳବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁବରୀଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁଙ୍କ ଅନ୍ୟାୟ ଗିରଫଦାରୀର ପ୍ରତିବାଦ

Udaya_Labanya | July 3, 2022 | 129 views |0 | Breaking News


ଫୁଲ ବାଣୀ (ସୁନୀଲ ପଟନାୟକ)
ରାଜ୍ୟର ଜଣାଶୁଣା ବରୀଷ୍ଠ ସାମ୍ବାଦିକ ତଥା ବଡ଼ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କ୍ରାଇମବ୍ରାଞ୍ଚ ଇଓ ଡବ୍ଲୁ ଗିରଫ ର ତୀବ୍ର ପ୍ରତିବାଦ କରିଛି ଜିଲ୍ଲା ପ୍ରେସକ୍ଲବ। ଅର୍ଦ୍ଧେନ୍ଦୁଙ୍କୁ ଗତକାଲି ଗୁରୁବାର ଗିରଫ କରିଛି ଇଓଡବ୍ଲ।
ଫଳରେ ଶୁକ୍ରବାର ଫୁଲବାଣୀ ପ୍ରେସ କ୍ଳବଠାରେ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ଵରେଆୟୋଜିତ ପ୍ରତିବାଦ ସଭାରେବରିଷ୍ଠ ସାମ୍ବାଦିକ ଡ଼. ଅରୂପ ଜେନା, ଯୋଗ ଦେଇ ସାମ୍ବାଦିକ ମାନଙ୍କପ୍ରତି ଏଭଳି ଅନ୍ୟାୟ କୁ କଦାପି ବରଦାସ୍ତ କରାଯିବନି ବୋଲି କହିଥିଲେ l
ପ୍ରେସ କ୍ଳବ କାର୍ଯ୍ୟକାରୀ ସଭାପତି ଅଶୋକ ପରୀଡ଼ା, ଉପ ସଭାପତି ସତ୍ୟ ନାରାୟଣ ବେହେରା, ତ୍ରିନାଥ ସାହୁ, ସନ୍ତୋଷ ଡିଗଲ, ପ୍ରଶାନ୍ତ ଜେନା, ଶିବରାମ ନାଏକ, ସୁଧୀର ମହାରଣା , କୁନା ଦିଗଲ, କନ୍ଧମାଳ ମିଡିଆଫରୋମ ସଂପାଦକ ସୂର୍ଯ୍ୟ ବେହେରା, ଆଦିତ୍ୟ ତ୍ରିପାଠି, ବଡ଼ ଖବର ପ୍ରତିନିଧି ବାପି ପଟ୍ଟନାୟକ,ରମେଶ ପ୍ରଧ l ନ, ଶିବ ରାମ ନାୟକ, ରଞ୍ଜନ ଦାଶ, ସଦାଶିବ ପାତ୍ର, ଶିବ ବିଶ୍ୱାଳ,ଖିରୋଦ ସାହାଣୀ, ଅଚ୍ୟୁତ ସେଠି,ହୂରଞ୍ଜନ ସେଠି, ବ୍ରଜ ନାୟକ, ସିପୁନ, କାହ୍ନl ପଟନାୟକ,ସଞ୍ଜୟ ପାତ୍ର, ସନ୍ତୋଷ ନାୟକ, ଅଶୋକ ମହାନ୍ତି, ବିଶ୍ୱରଂଜନ ସାମନ୍ତ ରାୟ, ପ୍ରମୁଖ ଯୋଗଦେଇ ଘଟଣାରତୀବ୍ର ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ଛାଡିଦେବା ଲାଗି ଦାବୀ କରିଥିଲେ । ରାଜ୍ୟ ସରକାରଙ୍କ ଦୁର୍ନିତୀ ,ଅନିୟମିତତା, ସଂପର୍କିତ ଖବର ନିର୍ଭିକ୍ ଭାବେ ନିୟମିତ ପରିବେଷଣ କରି ଲୋକଲୋଚନକୁ ଆଣୁଥିବା ଫଳରେ ସରକାର ଆକ୍ରୋଶମୂଳକ ଭାବେ କୌଣସି ସୁଯୋଗ ନ ଦେଇ ତାଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗର ସଠିକ ତଦନ୍ତ ନ କରି ଅନ୍ୟାୟ ଭାବେ ତାଙ୍କୁ ପୋଲିସ ଗିରଫ କରିଥିବା ସାମ୍ବାଦିକମାନେ ଅଭିଯୋଗ କରି ତିବ୍ର ପ୍ରତିବାଦ କରିଥିଲେ।
ଅର୍ଦ୍ଧେନ୍ଦୁ ଦାସ ସର୍ବଦା ରାଜ୍ୟର ଓ ସାମ୍ବାଦିକମାନଙ୍କ ସୁରକ୍ଷା ଓ ସ୍ଵାର୍ଥରକ୍ଷା ଲାଗି ଉଦ୍ୟମ କରି ଆସୁଥିଲେ ବୋଲି କହିଛନ୍ତି ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ।
ସେହିପରି ଫୁଲବାଣୀ ପୌରାଧ୍ଯକ୍ଷା ପ୍ରକାଶିତ ଦୈନିକ ଭାସ୍କର ଖବରକାଗଜ ରେ ପ୍ରକାଶିତ ଏକ ଖବର ରେ ପ୍ରତିକ୍ରିୟା ପ୍ରକାଶ କରି ଟାଉନ ଥାନାରେ ଏତେଲା ଦେବା ଘଟଣାକୁ ମଧ୍ୟ ସଦସ୍ୟ ମାନେ ନିନ୍ଦା କରିଥିଲେ ।ଏଭଳି ଆଚରଣ ଗଣତନ୍ତ୍ର ପ୍ରତି ଭବିଷ୍ୟତରେ ବିପଦ ସୃଷ୍ଟି କରିବ ବୋଲି କହିବା ସହ ସତ ଖବର ଆଉ ଲୋକଲୋଚନକୁ ଆସିବନି ବୋଲି ସଭାପତି କହିଥିଲେ
ସେହିପରି ରାଜ୍ୟ ର ଜଣେ ବରିଷ୍ଠ ଫୋଟୋ ଗ୍ରାଫର ଅଶୋକ ପଣ୍ଡା ଙ୍କ ରାସ୍ତା ଦୁର୍ଘଟଣାରେ ଅକାଳ ମୃତ୍ଯୁ ଘଟଣା ରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l
।ଶେଷରେପ୍ରେସ କ୍ଲବ ସହ ସମ୍ପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories