ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ :୨୦ ହଜାର ବିଭିନ୍ନ କିଷମର ଗଛ ଲଗାଯିବାକୁ ବିଭାଗ ପ୍ରସ୍ତୁତ

Udaya_Labanya | July 3, 2022 | 122 views |0 | Breaking News


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ତଥା ଖଜୁରୀପଡ଼ା ବନାଞ୍ଚଳ ଅଧିନ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଖଜୁରୀପଡ଼ା ବନାଞ୍ଚଳ ଅଧିକାରୀ ଅଜିତ୍ କୁମାର ସାହାଣୀଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟ ଆରମ୍ଭ କରାଯାଇଛି। ସଂରକ୍ଷିତ ଜଙ୍ଗଲରେ ବିଭିନ୍ନ ଔଷଧୀୟ ଓ ଫଳ ଚାରା ରୋପଣ କରାଯାଇଛି। ଚଳିତ ବର୍ଷ ପ୍ରାୟ ଶହେ ହେକ୍ଟର ଏରିଆରେ ୨୦ ହଜାର ବିଭିନ୍ନ କିଷମର ଗଛ ଲଗାଯିବାକୁ ବିଭାଗ ପ୍ରସ୍ତୁତ ହୋଇଛି। ବିଶେଷକରି ଅଁଳା, କରଞ୍ଜ, ବାଲିସିସି, ପାହାଡିସିସି, ପଣଷ, ଜାମୁ, ଶିରିଶ, କୁଶୁମ ଇତ୍ୟାଦି ଗଛ ଲଗାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। କାର୍ୟ୍ୟକ୍ରମରେ ଫୁଲବାଣୀ ବନାଞ୍ଚଳ ରେଞ୍ଜର ସଚ୍ଚିଦାନନ୍ଦ ସେଠୀ, ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଅନିମା କହଁର, ଜିଲା ପରିଷଦ ସଭ୍ୟା ଉର୍ବଶୀ ଦିଗାଲ, ଦଳପଡା ଗ୍ରାମପଞ୍ଚାୟତ ସରପଞ୍ଚ ପଦ୍ମିନୀ ମଲିକ, ଲମ୍ବାବାଡି ୱାର୍ଡସଭ୍ୟା ଅନୁରାଧା ଦିଗାଲ ଏବଂ ସସ୍ମିତା କହଁର ପ୍ରମୁଖ ଚାରା ରୋପଣ କରିଥିଲେ। ସେହିପରି ବନ ମହୋତ୍ସବ କାର୍ଯ୍ୟକ୍ରମରେ କାଳିପଦର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ମଲିକଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ୍ ହୋଇଥିଲେ। ବ୍ରୁତଙ୍ଗ (ଉତ୍ତର) ଖେସ୍ରା ଜଙ୍ଗଲରେ ଅନୁଷ୍ଠିତ ବନ ମହୋତ୍ସବ କାର୍ୟ୍ୟକ୍ରମ ଶେଷରେ ବନରକ୍ଷୀ ଗାୟତ୍ରୀ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories