
ରୁଚିକା ପରିବାରକୁ ଭେଟି ସମବେଦନା ଜଣାଇଲେ ଅଭୟ ବାରିକ
Udaya_Labanya | July 3, 2022 | 589 views |0 | Breaking News
ଆଠଗଡ (ଉଲାପ୍ର )ଭୁବନେଶ୍ୱର ବିଜେବି ମହାବିଦ୍ୟାଳୟ ରେ ଯୁକ୍ତ ୩ ପ୍ରଥମ ବର୍ଷର ମେଧାବୀ ଛାତ୍ରୀ ଉଚ୍ଚାଭିଳାଷ ନେଇ ସେଠାକୁ ପାଠ ପଢିବାପାଇଁ ଯାଇ ଥିବା ବେଳେ ସେହି ମହାବିଦ୍ୟାଳୟ ର ବରିଷ୍ଠ ଛାତ୍ରୀମାନେ ତାକୁ ରାଗିଙ୍ଗ କରି ଆସୁଥିଲେ, ରାଗିଙ୍ଗ ର ଅସହ୍ୟ ଯନ୍ତ୍ରଣା ସହି ନପାରି ଶେଷରେ ରୁଚିକା ମହାନ୍ତି ଆତ୍ମହତ୍ୟା କରିବାକୁ ବାଟ ବାଛି ନେଇଥିଲା, ତାର ମୃତୁ ପାଇଁ ସେହି
ମହାବିଦ୍ୟାଳୟ ର ଉପରିସ୍ଥ ଛାତ୍ରୀମାନଙ୍କୁ ସେ ଦାୟୀ କରି କିଛି ଲେଖା ଛାଡି ଯାଇଥିବା ଆଲୋଚନା ହେଉଛି, ରୁଚିକା ଆଠଗଡ ନିର୍ବାଚନ ମଣ୍ଡଳୀ କଖଡି ଗ୍ରାମର ଝିଅ ହୋଇଥିବା ଯୋଗୁ ଗତ ଶନିବାର ଦିନ ଶବ ବ୍ୟବଛେଦ ପରେ ତାର ମରଶରୀର କଖଡି ଗ୍ରାମରେ ପହଂଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା, ଗ୍ରାମ ସ୍ମଶାନ ରେ ରୁଚିକାର ଶବ ସତ୍କାର ହୋଇଥିବା ବେଳେ ରବିବାର ଦିନ ଆଠଗଡ ଯୁବ ସଂଗଠକ ଅଭୟ ବାରିକ ଭୁବନେଶ୍ୱର ବିଜେବି ମହାବିଦ୍ୟାଳୟ ଆଗରେ ପରିବାର ସହିତ ଧାରଣାରେ ବସିଥିଲେ ଏବଂ ରୁଚିକାର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି, ଏହି ଘଟଣା ରେ ଯିଏ ବି ଜଡିତ ଅଛି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଭୟ ଦାବି କରିଛନ୍ତି ଏବଂ ତାଙ୍କ ବାପାମାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି,