ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜୟନ୍ତୀ ରେ ଫୁଲବାଣୀ ଏନ.ୱାଇ.କେ ପକ୍ଷରୁ ରକ୍ତଦାନ ଶିବିର

Udaya_Labanya | July 7, 2022 | 123 views |0 | Breaking News

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଏବଂ ଅନ୍ଯାନ୍ଯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଆଜି ବୁଧବାର ସକାଳ ୯ ଟା ସମୟରେ ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ଉପ ଜ଼ିଲ୍ଲାପାଳ ଶେଷଦେବ ମିଶ୍ର ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ।ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ଜ଼ିଲ୍ଲା ଆପତ୍ତକାଳୀନ ଅଧିକାରୀ ପଦ୍ଯୁମ୍ନ ମଣ୍ଡଳ, ରକ୍ତ ଭଣ୍ଡାର ଅଧିକାରୀ,ବରିଷ୍ଠ ତଥା ଶତାଧିକ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।ଶିବିରରେ ପ୍ରଥମେ ଉପଜିଲାପାଳ ଏବଂ ତାଙ୍କର ଧର୍ମପତ୍ନୀ ଅନୀତା ମିଶ୍ର ସ୍ଵେଛାକୃତ ରକ୍ତଦାନ କରିଥିଲେ। ଏହି ଶିବିର ରେ ରକ୍ତ ସଂଗ୍ରହ କାର୍ଯ୍ୟ ରକ୍ତଭଣ୍ଡାର ର କର୍ମଚାରୀ ତୁଷାର କାନ୍ତ ପ୍ରଧାନ, ଲଷ୍ମୀଧର ମଣ୍ଡଳ, ପ୍ରଶାନ୍ତ କୁମାର ରତ୍ନାଲୁ, ସୁଜିତ କୁମାର ସାହୁ, ସଞ୍ଜୁକ୍ତା ଦଳଛତ୍ର, ବରୁଣ ବେହେରା ପ୍ରମୁଖ ସମ୍ପାଦନ କରିଥିଲେ। ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଫୁଲବାଣୀ ବ୍ଲକ ର ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଏବଂ ଯୁବକ ସଙ୍ଘ ର ସଭ୍ୟ ସଭ୍ୟା, ନେହରୁ ଯୁବ କେନ୍ଦ୍ର ର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ କାର୍ଯ୍ୟ କ୍ରମ ରେ ସାମିଲ ହୋଇ ଥିଲେ। ରକ୍ତ ଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପରେ ଶ୍ୟାମ ପ୍ରସାଦ ଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା ଏଥିରେ ଫୁଲବାଣୀ ବିଜ୍ଞାପିତ ଅଂଚଳ ପରିଷଦର ପୁର୍ବତନ ଅଧ୍ଯକ୍ଷ ତଥା ଭାରତୀୟ ଜନତା ପାର୍ଟି ର ବରିଷ୍ଠ ସଦସ୍ୟ କମଳାକାନ୍ତ ପାଣ୍ଡେ, ଭାରତୀୟ ଜନତା ପାର୍ଟି ର ଜ଼ିଲ୍ଲା ସମ୍ପାଦକ, ପୂର୍ବତନ ଡି ଜି ନୋମିନୀ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ଭଗବାନ ମହାନ୍ତି ପ୍ରମୁଖ ଯୋଗ ଦେଇଡ଼ଃ ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରି ଥିଲେ,। ଏହି ଦିବସ ରେ ବୃକ୍ଷ ରୋପଣ, ପଦଯାତ୍ରା, ଚିତ୍ରାଙ୍କନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଚନ୍ଦ୍ରମଣି ଦେହୁରୀ ଧନ୍ୟବାଦ ଅର୍ପଣ କରି ଥିଲେ ।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories