ତୁମୁଡିବନ୍ଧ ଗ୍ରାଫାଇଟ ଖଣି ପୁନଃକାର୍ଯ୍ୟକ୍ଷମ କରିବା ନେଇବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ

Udaya_Labanya | July 7, 2022 | 134 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଏକଦା ଶିଳ୍ପ ବିହୀନ କନ୍ଧମାଳ ଜିଲାରେ ଏସୀଆ ମହାଦେଶ ର ଦ୍ୱିତୀୟ ବୃହତ କୁହାଯାଉଥିବା ଏକ ଗ୍ରାଫାଇଟ ଖଣି ତୁମୁଡ଼ିବନ୍ଧ ଠାରେ ଥିଲା, ଆଉ ସ୍ଥାନୀୟ ଲୋକେ ଖଣି ରେ କାମ କରି ପରିବାର ଚଳାଉଥିଲେ lପରବର୍ତୀ ସମୟରେ ହେଲେ ଜଙ୍ଗଲ ଓ ପରିବେଶ ବିଭାଗ କଟକଣା ପାଈଁ ଗତ ୨୫ ବର୍ଷ ହେଲା ବନ୍ଦ ରହିଛି ଏହି ଗ୍ରାଫl ଇଟି ଖଣି l
ସେଇ ଖଣି କାର୍ଯ୍ୟକ୍ଷମ ହେଲେଚାକିରୀ ହରାଇଥିବା ତୁମୁଡିବନ୍ଧ ଓ କୋଟଗଡ଼ ବ୍ଲକ ଅଂଚଳ ର ପାଞ୍ଚ ହଜାର ପରିବାର କାମଧନ୍ଦା ଓ ଚାକିରୀ ପାଇପାରନ୍ତେ ଓ ବେକାରୀ ସମସ୍ୟା ସାଙ୍ଗକୁ ଦାଦନ ସମସ୍ୟା ମ ଧ୍ୟ ଦୂର ହୋଇପାରନ୍ତା ବୋଲି ଵାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର ବିଧାନ ସଭା ରେ ପ୍ରଶ୍ନ ଉଠାଇଥିଲେ lହେଲେ ବିଧାୟକ ଙ୍କ ପ୍ରଶ୍ନର ଉତ୍ତର ରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ କହିଥିଲେ ଯେ, ଗତ 10/08/1963ରେ ରାଜ୍ୟସରକାର ଶଙ୍କର ପ୍ରସାଦ ମିଶ୍ର ନାମକ ଜଣଙ୍କୁ ତୁମୁଡି ବନ୍ଧ ବ୍ଲକ ମାଦl ଗୁଡ଼ା ଠାରେ 126. 128ହେକ୍ଟର ଜଙ୍ଗଲ ଅଂଚଳ କୋଡିଏ ବର୍ଷ ପାଈଁ ଲିଜ ଦେଇଥିଲେଓ ପରେ ଏହାକୁ 09/08/2003ଯାଏ ନବୀକରଣ କରିଥିଲେ ତେଵେ 16/01/84ରୂ ଏହାକୁ ଏମ /ଏସ ଟି. ପି. ମିନେରାଲସ ନାମକ ଏକ କମ୍ପାନୀ କୁ ହସ୍ତାନ୍ତର କରାଯାଇଥିଲା l
ହେଲେ କେନ୍ଦ୍ର ସରକାର ଙ୍କ 04/05/98ରେ ବିଜ୍ଞପ୍ତି ପ୍ରକାରେ ସମ୍ପୃକ୍ତ ଖଣି ଅଂଚଳ କୁ ଜଙ୍ଗଲ ଅଂଚଳ ରେ ଅନ୍ତର୍ଭୁକ୍ତ କରାଗଲା ଓଏହାପରେ ଖଣି ଖନନ କାର୍ଯ୍ୟ ର ନବୀକରଣ କୁ 31/10/2011ରେ ମସିହାରେ ସରକାର ଖାରଜ କରିଦେଇଥିଲେ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଉତର ରେ କହିଥିଲେ l ଏଣୁ ବର୍ତମାନ ବନ୍ଦ ଥିବା ଏହି ଗ୍ରାଫାଈଟ ଖଣି କୁ ଚାଲୁ କରିବା ଆଦୌ ସମ୍ବବ ନୁହେଁ ବୋଲି ଖଣି ମନ୍ତ୍ରୀ ମଲିକ କହିଥିଲେ lସେହିପରି କୋଟଗଡ଼ ଓ ତୁମୁଡିବନ୍ଧ ବ୍ଲକ ଅଂଚଳ ର ବେକାର ଥିବା ପାଞ୍ଚ ହଜାର ପରିବାର କୁ କର୍ମସଂସ୍ଥାନ ଯୋଗାଇବା ନେଇ ସରକାରଙ୍କ ଦ୍ୱାରା କୌଣସି ନିଷ୍ପତି ନିଆଯାଇନଥିବା ମନ୍ତ୍ରୀ ମଲ୍ଲିକ ଆହୁରି କହିଥିଲେ l
ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତିତଥା ସଂସଦ ପ୍ରତିନିଧି ପ୍ରମୋଦ କୁମା ର ସାହୁ ଙ୍କ ବାରମ୍ବାର ଦାବୀ ଫଳରେ ବିଧାୟକ ଚକ୍ରମଣି କହଁର ବିଧାନ ସଭାରେ ଗତକାଲି ଏହି ପ୍ରଶ୍ନ ଉଠାଇଥିଲେ l
ତେଵେ, ଖଣି ଚଳାଇବାକୁ ଅନୁମତି ମିଳିଲେ ଅଂଚଳ ବାସି ବେଶ ଉପକୃତ ହୋଇପାରନ୍ତେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories