#Breaking News

ପାରିବାରିକ କଳହ ର କରୁଣ ପରିଣତି ସ୍ତ୍ରୀ ର ବେକ କାଟିଲା ସ୍ୱାମୀ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଥାନା ଅନ୍ତର୍ଗତ ବୁଡୁ ମାହା ରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l
ସ୍ତ୍ରୀ ର ବେକକୁ କଟୁରୀ ରେ କାଟିଦେଲା ସ୍ୱାମୀll
ଗୁରୁବାର ସକାଳୁ ପାରିବାରିକ କହଳ ରୁ ଏଭଳି ଦୁଖଦ ଘଟଣା ଘଟିଛି l ସ୍ତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀଥିଲେ ମଧ୍ୟ ଗୁରୁତର ଭାବେ ଆହତହୋଇ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି l

ସୂଚନା ଯୋଗ୍ୟ ଯେବୁଡ଼ୁମାହା ଗ୍ରାମ ର ବିସ୍ମିତା ମଲିକ , ସୁଢୁମିଲା ଗାଁ
ର ମଣ୍ଟୁ ମଲିକ କୁ ବିବାହ କରିଥିଲେ ହେଲେ କିଛି ଦିନ ହେବ ଉଭୟ ଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା l ସ୍ୱାମୀ ଓ ଶାଶୂଘର ର ଗଞ୍ଜଣା ସହ୍ୟ କରିନପାରି ବିସ୍ମିତା ବାପା ଘରକୁ ଆସିଥିଲେ ହେଲେ ଆଜିଗୁରୁବାର ଉତ୍ୟକ୍ତ ହୋଇ ମଣ୍ଟୁ ଶଶୁର ଘର ଗାଁ କୁ ଯାଇ ପତ୍ନୀ ବିସ୍ମିତା ଗାଧେଇକି ଘରକୁ ପଶିବା ପରେ ମଣ୍ଟୁ ଏହିଭଳି କାଣ୍ଡ ଭିଆଇ ଥିବା ଜଣା ପଡିଛି l
ସସ୍ମିତା କୁ ରକ୍ତାକ୍ତ ଅବସ୍ଥା ରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ l ପ୍ରଥମେ କ. ନୂଆଗାଁ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ପରିବାର ଲୋକ ଙ୍କ ଅଭିଯୋଗ ପରେ କ ନୂଆଗାଁ ଥାନା ପୋଲିସ ଏହାର ତଦନ୍ତ କରୁଛିl
ମଣ୍ଟୁ ପୂର୍ବରୁ ମଧ୍ୟ ପତ୍ନୀ ବିସ୍ମିତା ଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l

Leave a comment

Your email address will not be published. Required fields are marked *