#Breaking News

ଫୁଲବାଣୀ ବନ ବିଭାଗ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ରେ ୭୩ ତମ ବନ ମହୋତ୍ସବ


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ବୁଧବାର କେନ୍ଦ୍ରୀୟ ବିଦ୍ୟାଳୟ ପରିସର ରେ ୭୩ ତମ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗଦେଇ ଥିବା ବେଳେକନ୍ଧମାଳ ଏସପି ଭିନୀତ ଅଗ୍ରୱାଲ, ଫୁଲବାଣୀ ବନ ଖଣ୍ଡ ଅଧିକାରୀ ବିସ୍ବରାଜ ପଣ୍ଡା, ପି ଏ. ଆଇଟିଡିଏ ବୀରେନ୍ଦ୍ର କୁମାର ଦାସ,କେନ୍ଦୁ ପତ୍ର ଡି ଏଫ ଓ ପତିତପାବନ ପରିଡ଼ା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ସିଡ଼ି ଭିଓ, ଡା, ଅଶୋକ ତ୍ରିପାଠୀ, ଜିଲ୍ଲା ସୂଚନା ଅଧିକାରୀ ପ୍ରଭାକର ମହାରଣା, ନୋଡାଲ ଅଫିସର ଡା. ଅଳକା ପଟନାୟକ, ପ୍ରମୁଖ ଙ୍କ ସମେତ ବହୁଅଧିକାରୀ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି ଛାତ୍ର ଛାତ୍ରୀ ଙ୍କୁ
ପରାମର୍ଶ ଦେଇଥିଲେ lସେହିପରି
ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ଜିଲାପାଳ ଆଶିଷ ଈଶ୍ୱର ପାଟିଲ କହିଥିଲେ lଏହି କାର୍ଯ୍ୟକ୍ରମ ରେ ବହୁ ପଦସ୍ତ ଅଧିକାରୀ ଙ୍କ ସମେତ ଛାତ୍ର, ଛାତ୍ରୀ, ଅବିଭାବକ, ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l
ଏହି ଅବସରରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଙ୍କ ସମେତ ଏସପି, ଡି ଏଫଓ ବିଶ୍ୱ ରାଜ ପଣ୍ଡା, ପ୍ରମୁଖ ବୃକ୍ଷ ରୋପଣ କରିଥିଲେ l
ଫୁଲବାଣୀ ବନବିଭାଗ ରେଞ୍ଜ ଅଧିକାରି, କର୍ମଚାରୀ ପ୍ରେମାନିଧି ସାହୁ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l

Leave a comment

Your email address will not be published. Required fields are marked *