#Breaking News

ପ୍ରେସକ୍ଳବ ସଦସ୍ୟ ମାନଙ୍କ ପାଈଁ ଘର ବାରି ଜମି ସହ କମ୍ୟନିଟି ହଲ ଯୋଗେଇ ଦେବା ପାଈଁ ପତ୍ର


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲ ବାଣୀ ସହରରେ ଦିର୍ଘ ବର୍ଷ ଧରି ନିଷ୍ଠା ଓଆନ୍ତରିକତାର ସହ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସହରରେ ନିଜସ୍ୱ ଜାଗା ନଥିବା ଫଳରେ ସେମାନେ ଅସୁବିଧାରେ ରହିଛନ୍ତି l ଫଳରେ ସେମାନଙ୍କ ପାଈଁ ଜମି ଯୋଗାଇଦେବାଲାଗି ପ୍ରେସକ୍ଳବ ପକ୍ଷରୂ ଗତ ଦୁଇବର୍ଷ ଧରି ଉଦ୍ୟମ କରାଯାଇ ଆସୁଥିଲା l ହେଲେ ଅତିଶୀଘ୍ର କାର୍ଯ୍ୟରତ ପ୍ରେସ୍ର କ୍ଳବ ସଦସ୍ୟ ମାନଂକୁ ଏକ କମ୍ୟୁନିଟି ହଲ ସହ ଜାଗା ଯୋଗାଇଦେବାଲାଗି ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କୁ ରମାଇଂଡର ଲେଟର ବା (ସ୍ମାରକ ପତ୍ର ) ପ୍ରଦାନ କରାଯାଇଥିଲା l
ଏଥିରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗଲ, ସୂର୍ଯ୍ୟ ବେହେରା, ସିଵ ନାୟକ, ଶିବାନନ୍ଦ ପଟନାୟକ,
ଜୟ ସେନ ପରିଡ଼ା, ପ୍ରମୁଖ ଉପସ୍ଥିତ ରହି ସୌହାର୍ଦ୍ୟ ପୂର୍ଣ୍ଣ ଆଲୋଚନା କରିଥିଲେ l
ଅତିରିକ୍ତ ଜିଲାପାଳ ଶ୍ରୀ ସାହୁ ସାମ୍ବାଦିକ ମାନଙ୍କୁ ଯେପରି ଅତିଶୀଘ୍ର ଜମି ମିଳିବ ସେଥିପ୍ରତି ସହୃଦୟତାର ସହ ବିଚାର କରାଯିବ ବୋଲି କହିଥିଲେ lଫଳରେ ପ୍ରେସ କ୍ଳବ ସଦସ୍ୟ ଖୁସି ବ୍ୟକ୍ତ କରିଥିଲେ l

Leave a comment

Your email address will not be published. Required fields are marked *