#Breaking News

ଚାଷୀଙ୍କର ସ୍ଵପ୍ନ ପୁରଣ କରୁଛି ଜଳଛାୟା ବିଭାଗ


ଫୁଲ ବାଣୀ(ସୁନୀଲ ପଟନାୟକ) କନ୍ଧମାଳ ଜିଲାରେ ଥିବାକ୍ଷୁଦ୍ର ନାମ ମାତ୍ର ଚାଷୀ ଜଳାଭାବରୁ ଚାଷ କରି ନ ପାରି ଜମିକୁ ପଡିଆ ପକାଇ ରଖୁଥିଲେ। ହେଲେ ଏବେ ଜଳଛାୟା ବିଭାଗ ପକ୍ଷରୁ ମନରେଗା ଯୋଜନାରେ ମାଗଣାରେ୧୫ X ୧୫ଓ ୨୦ X ୨୦ ଫୁଟରେ ଚାଷୀଙ୍କ ଜମିରେ ଫାର୍ମପଣ୍ଡ ଖୋଳିବା ଫଳରେ ଚାଷୀ ଏବେ ବେଶ ଖୁସ୍‌।
ସେମାନେ ଏବେ ପୋଖରୀ ହୁଡାରେ କଦଳୀ, ଅମୃତଭଣ୍ଡା, ସଜନା ଲେମ୍ବୁ ପରି ଗଛ ଲଗାଇବା ସହ ନିକଟରେ ଥିବା ଜମିରେ ପନି ପରିବା, ଶୋରିଷ, ମୁଗ, ଆଦି ଚାଷ ଆରମ୍ଭ କରି ବେଶ ଦି ପଇସା ଲ।ଭ ବାନ ହେଉଥିବା ଚାଷୀମାନେ କହିଛନ୍ତି ।
ବାଲିଗୁଡା ବ୍ଳକ ଅନ୍ତର୍ଗତ ଦୁର୍ଗମ ପରମ ପଙ୍ଗା ପଞ୍ଚାୟତ ର ଗ୍ରାମ ର ଵନିମିଲା ଗ୍ରାମ ର ଗରୀବ ଚାଷୀ ରୁନ୍ଦେ ମଲିକ ଏବେ ବେଶ ଖୁସି।
ଦୀର୍ଘବର୍ଷ ହେଲା ରୁନ୍ଦେ ଜମିରେ ଏକ ପୋଖରୀ ଖୋଳିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ଖୋଳି ପାରିନଥିଲେ । ଫଳରେ ଜମି ଥାଇ ମଧ୍ୟ ଚାଷ କରିପାରୁ ନଥିଲେ ରୁନ୍ଦେ l
କେବଳ ବର୍ଷାଜଳ ଉପରେ ନିର୍ଭର କରି କିଛି ଚାଷ କରୁଥିଲେରୁନ୍ଦେ l
ହେଲେ ସେଥିରୁ ଯାହା କିଛି ଆୟ ହେଉଥିଲା ସେଥିରେ ପରିବାର ଚଳାଇବା ପାଇଁ ଯଥେଷ୍ଟ ହେଉ ନ ଥିଲା। ତେବେ, ବାଲିଗୁଡ଼ା ଜଳଛାୟା ବିଭାଗ ପକ୍ଷରୁ ଜମିରେ ପୋଖରୀ ଖୋଳାଯାଉଥିବା ନେଇ ଜାଣିବାପରେ ସେ ଜଳଛାୟା
ବିଭ।ଗ ପିଆଇଏ ଶ୍ରୀମତୀ ଗୀତାଞ୍ଜଳି ପାତ୍ର ଙ୍କ ସହ ଆଲୋଚନା କରିଥିଲେ l ପି ଆଇ ଏ ପୋଖରୀ ଖୋଳିବ। ପାଇଁ ମନରେଗା ଯୋଜନାରେ ଅର୍ଥ ଅନୁଦାନପ୍ରଦାନ କରିବାପରେ ରୁନ୍ଦେ ଏବେ ଗାଁ ଲୋକଙ୍କୁ ଧରି ନିଜେ ପୋଖରୀ ଖୋଳୁଛନ୍ତି । । ପୋଖରୀ ଖୋଳିବା କାମ ଏବେ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ବର୍ଷl ଦିନେ ପୋଖରୀରେ ପାଣି ରହିଲେ ସେ ବର୍ଷ ତମାମ ଚାଷ କରିବେ ବୋଲି କହିଛନ୍ତି। କେବଳ ସେତିକି ନୁହେଁ ପୋଖରିରେ ମାଛ ଚାଷ ମଧ୍ୟ କରିବାଲାଗି ଲକ୍ଷ୍ୟ ରଖିଛନ୍ତି ରୁନ୍ଦେ ।
ଏହି ପୋଖରୀ ତାଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବ ନିଶ୍ଚୟ ବୋଲି ସେ କହିଛନ୍ତି । ଫଳରେ
ରୁନ୍ଦେ ଜଳଛାୟା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାରତ୍ରିପାଠୀ ଓବାଲିଗୁଡା ବ୍ଳକ ପିଆଇ ଏ ଗୀତାଞ୍ଜଳିପାତ୍ର, ଡବ୍ଲୁ. ଏମ. ଟି ଓ ଅନ୍ୟାନ୍ୟ କର୍ମଚାରୀ ଙ୍କ ପ୍ରଚେଷ୍ଟା ଯୋଗୁ ଏହା ସମ୍ଭବ ହୋଇଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ତେବେ ରୁନ୍ଦେ ଏକା ନୁହଁନ୍ତି ଜଳଛାୟା ବିଭାଗ ମାଗଣାରେ ଚାଷୀଙ୍କ ଜମିରେ ଫାର୍ମ ପଣ୍ଡ ବା ଖେତ ପୋଖରୀ ଖୋଳିବା ଫଳ ରେ ଜିଲ୍ଲାର ହଜାର ହଜାର ଚାଷୀ ଙ୍କ ମୁହଁରେ ଆଜିହସ ଫୁଟିଛି ।
ବାଲିଗୁଡା ପି ଆଇ ଏ ପକ୍ଷରୁ ଗତ 20/21ବର୍ଷ ରେ୧୧ ୩ ଫାର୍ମ ପଣ୍ଡ ଖୋଳା ଯାଇଥିବା ବେଳେ 21/22ବର୍ଷ ରେ ୯ ୫ ଟି ଓ 22/23ବର୍ଷ ରେ ୧ ୫ ଟି ଏହିପରି ୩ ବର୍ଷ ରେ ମୋଟ ୨୨୩ ଗୋଟି ଫାର୍ମ ପଣ୍ଡ ଖୋଲାଯାଇଥିବା ପି ଆଇ ଏ ଶ୍ରୀମତୀ ଗୀତାଞ୍ଜଳି ପାତ୍ର କହିଛନ୍ତି l
ହିତାଧିକାରୀ ମାନଙ୍କ ସହଯୋଗ ମିଳିଲେ ଆଗକୁ ଆହୁରି ଅଧିକ ଖେତ ପୋଖରୀ ଖୋଳାଯିବ ବୋଲି
ପିଆଇଏ ଶ୍ରୀମତୀ ପାତ୍ର କହିଛନ୍ତି l
ବାଲିଗୁଡା ପି ଆଇଏ ଶ୍ରୀମତୀ ଗୀତାଞ୍ଜଳି ପାତ୍ର ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା, ଓ ବିଶେଷ ଜ୍ଞାନ କୌଶଳ ଯୋଗୁଁ ବାଲିଗୁଡା ବ୍ଲକ ଅଂଚଳ ରେ ଅଧିକ ରୁ ଅଧିକ ମନରେଗା ଶ୍ରମିକ ଙ୍କୁ କାର୍ଯ୍ୟରେ ନିୟୋଜିତ କରି କାମଧନ୍ଦା ଯୋଗାଇ ଦିଆଯିବା ସହ ସୁନ୍ଦର ଓ ଆକର୍ଷଣୀୟ ଖେତ ପୋଖରୀ ବା ଫାର୍ମ ପଣ୍ଡ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି l
ବିଭିନ୍ନ ସମୟରେ ଏ ସବୁ କାର୍ଯ୍ୟ ବିଭାଗୀୟ ଉଚ୍ଚ କତୃପକ୍ଷ ବୁଲି ଦେଖି ସନ୍ତୋଷ ବ୍ୟକ୍ତ ମଧ୍ୟ କରିଛନ୍ତି lସେହିପରି ଦୁର୍ଗମ ତଥା ମାଓ ଅଂଚଳ ରେ ଜଣେ ମହିଳା ପି ଆଇ ଏ ଙ୍କ ଏଭଳି କାର୍ଯ୍ୟ ପ୍ରଶଂସନୀୟ ବୋଲିତତ୍କାଳୀନ ଜିଲାପାଳ ବୃନ୍ଦା ଡ଼ି ଙ୍କ ସମେତ ବିଭାଗୀୟ କତୃପକ୍ଷ ମଧ୍ୟ କହିଛନ୍ତି,

Leave a comment

Your email address will not be published. Required fields are marked *