କନ୍ଧମାଳ ରେ ପୁଣି ଜନନୀ ଯନ୍ତ୍ରଣା , ରାସ୍ତା ସାଜିଛି ବାଧକ, ଦୋଳା ରେ ବୁହାହେଲେ ଗର୍ଭବତୀ

Udaya_Labanya | August 2, 2022 | 49 views |1 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ରେ ପୁଣି ଜନନୀ ଯନ୍ତ୍ରଣା l
ଖଟିଆ ରେ ବୁହାହେଲେ ଗର୍ଭବତୀ l
ବର୍ଷା ସାଙ୍ଗକୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଵା ଫଳରେ ଆମ୍ବୁଲାନ୍ସ ଗାଂ କୁ ଯାଇପାରୁନି l
ବାଧ୍ୟହୋଇ ରୋଗୀକୁ କେଉଁଠି ଦୋଳାରେ ତ ଆଉ କେଉଁଠି ଖଟିଆରେ ବୁହାହେଉଛି l
ଅଭିଯୋଗ ହେଲେ ବି ପ୍ରଶାସନ ଶୁଣୁନି କୁଆଡେ l
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ସାରଙ୍ଗଡ଼ଟେଟେରା ଗାଂ ରେ l
ସାରଙ୍ଗଡ଼ ର ଟେଟେରା ଗାଁ ମୂଖ୍ୟ ରାସ୍ତା ଠାରୁ ୨/୩ କିମି ଦୂରରେ ରହିଛି lଗାଁ କୁ ଯିବାକୁ ପିଚୁ ରାସ୍ତା ନାହିଁ ଏପଟେ କାଳିପେନୁ ନଦୀ ରହିଛି l
ଫଳରେ ଗାଁ ର ଅରୂଣ ପ୍ରଧାନ ଙ୍କ ପତ୍ନୀ ଆରତୀ ଙ୍କ ପ୍ରସବ ବେଦନା ହେବାରୁ ତ l ଙ୍କୁ ଆଶାକର୍ମୀ ଓପରିବାର ଲୋକଙ୍କ ସହାୟତାରେ ଦୋଳା ରେ ଆମ୍ବୁଲାନ୍ସ ପାଖକୁ ଆଣି ବାକୁ ପଡିଥିଲା lସେଠାରୁ ଆମ୍ବୁଲାଏନ୍ସ ରେ ତାଙ୍କୁ ସାରଙ୍ଗଡ଼ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଆଉ ସେଠାରେ ଆରତୀ ଏକ ପୁତ୍ର ସନ୍ତାନ କୁ ଜନ୍ମଦେଇଥିଲେ l
କେବଳ ଏହି ଗୋଟିଏ ଗାଂ ନୁହେଁ ଜିଲାର ଏକ ହଜାର ରୁ ଉର୍ଦ୍ଧ ଗ୍ରାମ ଏଭଳି ରହିଛି ଯାହାକି ବର୍ଷାଦିନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଗ୍ରାମବାସୀଙ୍କୁ l
ସରକାର ଓଜିଲା ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବାକୁ ଦାବୀ ହେଊଛିl

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories