#Breaking News

ଝରିଗାଁ ବ୍ଲକ ଜମଧୋଡା ଠାରେ ସ୍ଵତନ୍ତ୍ର ପଲ୍ଲୀସଭା ଅଭିଯାନ ଅନୁଷ୍ଠିତ

ନବରଙ୍ଗପୁର/ଝରିଗାଁ (ଉଲାପ୍ର): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିନ୍ତାବେଡା ପଞ୍ଚାୟତ ଅନ୍ତର୍ଗତ ଜାମଧୋଡା ଠାରେ ଜନ ସଂଗଠନ ଜନ ସୁରକ୍ଷା ମଞ୍ଚ ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ପ୍ରୟାସରେ “ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି” ନିମନ୍ତେ ସ୍ବତନ୍ତ୍ର ପଲ୍ଲୀସଭା ଆୟୋଜିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଚିତାବେଡା ପଞ୍ଚାୟତର ସରପଞ୍ଚ ମହାଶୟା ଶ୍ରୀମତୀ ତୁଲାବତୀ ସନ୍ତା ପ୍ରଦୀପ ପ୍ରଜଳନ କରି ଅଭିଯାନର ଶୁଭାରମ୍ଭ କରିଥିଲେ। ଉପସ୍ଥିତ ଥିବା କୃଷକ, ଗ୍ରାମବାସୀ ଓ ପଞ୍ଚାୟତ ପ୍ରତିନିଧିମାନଙ୍କ ଦ୍ୱାରା ସ୍ଵତନ୍ତ୍ର ପଲ୍ଲିସଭାରେ ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି ସମ୍ପର୍କିତ ବିଷୟରେ ଆଲୋଚନା କରାଯାଇ

ଜଳସମସ୍ୟା ଚିହ୍ନଟ ଓ ଏହାର ନିରାକରଣ ଉପରେ ଜନସଚେତନା କାର୍ଯ୍ୟକ୍ରମ ମାଧ୍ୟମରେ ଚିରସ୍ଥାୟୀ କୃଷି ନିମନ୍ତେ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ଚାଷକ୍ଷେତ୍ର ଓ ଗ୍ରାମରେ ପାଣି ସମସ୍ୟାକୁ ଚିହ୍ନଟ କରିବା ସହ ଜମିସମତଳ କାର୍ଯ୍ୟ ଦାବି ପାଇ ଏହାକୁ ଆଗାମୀ ଗ୍ରାମସଭାରେ ଏହାକୁ ଉପସ୍ଥାପନା କରିବା ପାଇଁ ଏକ ଦଶ ଜଣିଆ କାଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏହି ଅଭିଯାନ ବୈଠକରେ ଆତ୍ମାଶକ୍ତି ଟ୍ରଷ୍ଟର ବ୍ଲକ ସଂଯୋଜକ ଶ୍ରୀ ବିଷ୍ଣୁ ଦାସ ପାନାକା ଅଭିଯାନର ଲକ୍ଷ୍ୟ, ଉଦ୍ଧେଶ୍ୟ ଓ ସ୍ଥାନୀୟ ଜଳ ସମସ୍ୟା ଉପରେ ସୂଚନା ଦେଇଥିଲେ। ଗ୍ରାମର ୟୱାଡ ମେମ୍ବର ଶ୍ରୀ ବଳରାମ ସନ୍ତା ସଭାପତିତ୍ବ କରିବ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ବୈଠକରେ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।

Leave a comment

Your email address will not be published. Required fields are marked *