#Breaking News

ଡାବୁଗାଁ ବ୍ଲକ ହଳଦୀ ଗ୍ରାମରେ ସ୍ଵତନ୍ତ୍ର ପଲ୍ଲୀସଭା ଅଭିଯାନ ଅନୁଷ୍ଠିତ

ନବରଙ୍ଗପୁର/ ଡାବୁଗାଁ(ଉଲାପ୍ର ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହଳଦୀ ଗ୍ରାମରେ ଜନ ସଂଗଠନ ଜନ ସୁରକ୍ଷା ମଞ୍ଚ ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ପ୍ରୟାସରେ “ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି” ନିମନ୍ତେ ସ୍ବତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ୱାଡ ମେମ୍ବର ଶ୍ରୀ କମଳୁ ନାୟକ ସଭାପତିତ୍ବ କରି ସଭା ପରିଚାଳନା କରିଥିଲେ । ବୈଠକ ପ୍ରାରଭରେ ଉପସ୍ଥିତ ଥିବା ଆତ୍ମାଶକ୍ତି ଟ୍ରଷ୍ଟ ନବରଙ୍ଗପୁର ଜିଲ୍ଲା ଟିମ୍ ଲିଡର ଶ୍ରୀ ବସନ୍ତ କୁମାର ସ୍ବାଇଁ ସ୍ବାଗତ ଭାଷଣ ଦେବା ସହ କୃଷି ,କୃଷକ ଓ ଜୈବିକ କୃଷି ପଦ୍ଧତି ଉପରେ ଉପସ୍ଥିତ ଗ୍ରାମବାସୀଙ୍କ ମତାମତ ନେଇଥିଲେ ଏବଂ ସ୍ଵତନ୍ତ୍ର ପଲ୍ଲିସଭାରେ ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ। ଏହାପରେ ପଞ୍ଚାୟତ ପ୍ରତିନିଧି, ଅଗ୍ରଣୀ କୃଷକ ଓ ଲୋକମାନଙ୍କ ମତାମତ ନେଇ ଜଳସମସ୍ୟା ଚିହ୍ନଟ ଓ ଏହାର ନିରାକରଣ ଉପରେ ଜନସଚେତନା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଚିରସ୍ଥାୟୀ କୃଷି ନିମନ୍ତେ ପଦକ୍ଷେପ ନେବାକ ସହ ସ୍ଥାନୀୟ ଜଳ ସମସ୍ୟା , ଚାଷକ୍ଷେତ୍ର ଓ ଗ୍ରାମର ସମସ୍ୟାକୁ ଚିହ୍ନଟ କରିବା ସହ ଜମି ସମତଳ କାର୍ଯ୍ୟ ଦାବି ପାଇ ଏହାକୁ ଆଗାମୀ ଗ୍ରାମସଭାରେ ଉପସ୍ଥାପନା କରିବା ପାଇଁ ଏକ ଦଶ ଜଣିଆ କାଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏହି ଅଭିଯାନ ବୈଠକରେ ଆତ୍ମାଶକ୍ତି ଟ୍ରଷ୍ଟର ବ୍ଲକ ସଂଯୋଜକ ଶ୍ରୀ ଚନ୍ଦ୍ରଭାନୁ ଭୁକ୍ତା ଉଦ୍ଧେଶ୍ୟ ଓ ଅଭିଯାନ ଉପରେ ସୂଚନା ଦେଇଥିଲେ। ଜନସାଥି ଶ୍ରୀମତୀ ତୁଳlବତି ଜାନି କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ସହଯୋଗ କରିଥିଲେ। ଗ୍ରାମର ଅଗ୍ରଣୀ ଚାଷୀ ଶ୍ରୀ ଗୋଇନା ଭତ୍ରା ଓ ରାଜୁ ପାନକା ସହ ବିଶିଷ୍ଟ ବ୍ୟକ୍ତି ମାନେ ଚାଷ ,ଚାଷୀଙ୍କ ସମସ୍ୟା ଓ ପଦକ୍ଷେପ ଉପରେ ବିବିଧ ଉପାୟ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ଅଭିଯାନ ବୈଠକରେ 80ରୁ ଉର୍ଦ୍ଧ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ ।

Leave a comment

Your email address will not be published. Required fields are marked *