ନକଲି ବ୍ୟବସାୟୀ ଙ୍କ ପ୍ରାଦ୍ରୁଭାବ : ଅସଲି ଲୁଗା ସଫା ପାଉଡର ନାମରେ ନକଲି ବେପାର : ବ୍ୟବସାୟୀଙ୍କୁ ଧରି ପୋଲିସ ଜିମାଦେଲେ ଲୋକେ

Udaya_Labanya | August 4, 2022 | 8 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗ୍ରାମ ଗବାଟବାଡ଼ି ଅଞ୍ଚଳରେ କେତେକ ଅଜଣା ବ୍ୟକ୍ତି ଲୋକଙ୍କୁ ଲୁଗାସଫା ପାଉଡର ବିକ୍ରି କରୁଥିଲେ। ୪କେଜି ପାଉଡରକୁ ମାତ୍ର ୧ଶହ ଟଙ୍କାରେ ବିକ୍ରି କରୁଥିଲେ। ହେଲେ ଉକ୍ତ ପାଉଡର ନକଲି ବୋଲି ଜଣାପଡ଼ିଥିଲା। ଗୁରୁବାର ପୁନର୍ବାର ଉକ୍ତ ବ୍ୟବସାୟୀ ଗବାଟବାଡ଼ିରେ ପାଉଡର ବିକ୍ରି ପାଇଁ ଆସିଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖି ପରିଚୟପତ୍ର ମାଗିଥିଲେ। ସେମାନେ କୌଣସି ପରିଚୟପତ୍ର ଦେଖାଇପାରି ନ ଥିଲେ। କିଏ ଗୁଜୁରାଟରୁ ଆସିଛି ତ ଆଉ କିଏ ଉତ୍ତରପ୍ରଦେଶ ତ ଆଉ କିଏ ମଧ୍ୟପ୍ରଦେଶରୁ ଆସିଛନ୍ତି ବୋଲି କହିଥିଲେ। ସନ୍ଦେହ ହେବାରୁ ବ୍ୟବସାୟୀଙ୍କୁ ଅଟକାଇ ଲୋକେ ଦାରିଙ୍ଗବାଡ଼ି ଥାନାରେ ଜିମା ଦେଇଛନ୍ତି। ଲୋକଙ୍କ ଠାରୁ ପାଉଡର ଫେରାଇ ଆଣିବା ସହ ଟଙ୍କା ଫେରାଇ ଦେବାକୁ ପୋଲିସ ସେମାନଙ୍କୁ ନିର୍ଦ୍ଦେଶ ଦେଇଛି। ସେମାନେ କେଉଁଠାରେ ରହୁଛନ୍ତି ଓ ସେମାନଙ୍କ ଘର କେଉଁଠି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories