ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ବ୍ଲକ ଅଧ୍ୟକ୍ଷା ଓ ଅନ୍ୟ ନିର୍ବାଚିତ ପ୍ରତିନିଧି

Udaya_Labanya | August 4, 2022 | 18 views |0 | Breaking News


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ନବନିର୍ବାଚିତ ଲୋକ ପ୍ରତିନିଧି ମାନେ ନିଜନିଜ କାର୍ଯ୍ୟରେ ଯୋଗ ଦେବା ପରେ ଅଂଚଳର ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷିରେ ମୋ ସରକାର ଅଧିନରେ ସ୍ମାର୍ଟ ସ୍କୁଲ ଭାବରେ ରୂପାନ୍ତରିତ କରାଯାଇଥିବା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଓ ଡିଣ୍ଡିରାଗାଁ ପଂଚାୟତ ମୁଖ୍ୟାଳୟ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା କହଁରଙ୍କ ସହ ୧୩ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ନିଳଗିରି ଦିଗାଳ ଓ ଫିରିଙ୍ଗିଆ ପଂଚାୟତର ସମିତିସଭ୍ୟା ମୈାସୁମୀ ପ୍ରଧାନ । ଏହି ପ୍ରତିନିଧିମାନେ ବିଦ୍ୟାଳୟ ପରିଦର୍ଶନ ସମୟରେ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ପାତ୍ର ଏବଂ ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଉଭୟ ସ୍କୁଲ ର ଭିତିଭୂମିର ବିକାଶ , ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଏବଂ ସ୍କୁଲରେ ଥିବା ବିଭିନ୍ନ ଆନୁସାଙ୍ଗିକ ସୁବିଧା ସୁଯୋଗ ବିଷୟରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଅନ୍ୟପଟେ ଫିରିଙ୍ଗିଆ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଆଉ ଦୁଇଟି ଅତିରିକ୍ତ ଶ୍ରେଣୀ କୋଠରି ସହିତ ବିଦ୍ୟାଳୟ ପରିସରରେ ପିଇବା ପାଣିର ଅସୁବିଧା ଉପରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଅନୁରୋଧ କରିଥିବା ବେଳେ ଆଦର୍ଶ ବିଦ୍ୟାଳୟରେ ଜଣେ ମାତ୍ର ୪ର୍ଥ ଶ୍ରେଣୀ କର୍ମଚାରୀ ଥିବା ଯୋଗୁଁ ବିଭିନ୍ନ କାର୍ଯ୍ୟପାଇଁ ନାନା ଅସୁବିଧା ଦେଖାଯାଉଛି ଓ ଏ ଦିଗରେ ପଦକ୍ଷେପ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଥିଲେ । ଉଭୟ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଆଗାମୀ ଦିନରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ନିର୍ବାଚିତ ଲୋକ ପ୍ରତିନିଧିମାନେ ଗସ୍ତ ଅବସରରେ ପ୍ରକାଶ କରିଛନ୍ତି ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories