ଅସହାୟ ମହିଳା ଙ୍କ ଶବ ସତ୍କାର* କଲା ଟିମ ହ୍ୟୁମାନୀଟି

Udaya_Labanya | August 5, 2022 | 26 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର* ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ* ଗ୍ରାମ ର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳା ଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ ସବ ସତ୍କାର ପାଇଁ ପାଖରେ କେହି ପରିବାର ସଦସ୍ୟ ନଥିବାରୁ । ଏଭଳି ଅସହାୟ ପରିସ୍ଥିତି ରେ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଟିକାବାଲି ଶାଖାର ସଦସ୍ୟ ହିରୋ ନାୟକ ଙ୍କ ସହ ଯୋଗାଯୋଗ କରି ନିଜର ଅସହାୟତା ବିଷୟରେ ଜଣେଇଥିଲେ। ଟିମ୍ ସଦସ୍ୟ ହିରୋ ନାୟକ , ନୀଳମାଧଵ ପାତ୍ର , ଗୋବିନ୍ଦ ସ୍ୱାଇଁ , ପ୍ରମେଶ ଦିଗାଲ ତୁରନ୍ତ ପଦକ୍ଷେପ ନେଇ ମୃତ ବ୍ୟକ୍ତିଙ୍କ ଘରକୁ ପହଞ୍ଚି ଥିଲେ। ସବ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଟିମ୍ ର ନିଜସ୍ଵ ସ୍ବର୍ଗ ରଥ ଆମ୍ବୁଲାନ୍ସ ରେ ନିକଟସ୍ଥ ସ୍ମସାନ ସମ୍ପୁର୍ଣ୍ଣ ରେ ହିନ୍ଦୁ ରୀତି ଅନୁଯାୟୀ ସବଦାହ ବ୍ୟବସ୍ଥା କରେଇଥିଲେ। ଥରେ କି ଦୁଇ ଥର ନୁହଁ ଏମିତି ଅନେକ ଥର ଯେତେବେଳେ ମଧ୍ୟ ଟିକାବାଲି ତଥା ଏହାର ଆଖପାଖ ଅଞ୍ଚଳରେ ଏଭଳି ଖବର ଟିମ୍ ପାଖକୁ ଆସେ ଟିମ୍ ର ଆବାହକ ଭି.ଲୋକନାଥ ରାଜୁ ତୁରନ୍ତ ତା’ର ପ୍ରତିକାର ବାହାର କରି ନିଃସ୍ଵାର୍ଥପର ଭାବେ ସାହାଯ୍ୟ କରିଥାନ୍ତି । ଟିମ୍ ହ୍ୟୁମାନିଟି କନ୍ଧମାଳ ର ଏଭଳି ମହାନ୍ କାର୍ଯ୍ୟ ପାଇଁ ଉକ୍ତ ଅଞ୍ଚଳର ଲୋକେ ସାଧୁବାଦ ଜଣାଇଛନ୍ତି।ଯାହାର କେହି ନାହିଁ ତାପାଇଁ ଟିମ ହ୍ୟୁମାନୀଟି ଅଛି ବୋଲି କେହି କେହି କହୁଥିବାର ଶୁଣିବାକୁ ମିଳିଥିଲା l

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories