ଟିମ ହ୍ୟୁମାନିଟି କନ୍ଧମାଳ କରିଲା ଶବ ସତ୍କାର

Udaya_Labanya | August 5, 2022 | 21 views |0 | Breaking News


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ର ଗୁଟିଙ୍ଗିଆ ଗ୍ରାମ ର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳା ଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ ଶବ ସତ୍କାର ପାଇଁ ପାଖରେ କେହି ପରିବାର ସଦସ୍ୟ ନଥିବାରୁ ଏଭଳି ଅସହାୟ ପରିସ୍ଥିତି ରେ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଟିକାବାଲି ଶାଖାର ସଦସ୍ୟ ହିରୋ ନାୟକ ଙ୍କ ସହ ଯୋଗାଯୋଗ କରି ନିଜର ଅସହାୟତା ବିଷୟରେ ଜଣେଇଥିଲେ। ଟିମ୍ ସଦସ୍ୟ ହିରୋ ନାୟକ , ନୀଳମାଧଵ ପାତ୍ର , ଗୋବିନ୍ଦ ସ୍ୱାଇଁ , ପ୍ରମେଶ ଦିଗାଲ ତୁରନ୍ତ ପଦକ୍ଷେପ ନେଇ ମୃତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଥିଲେ। ଶବ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଟିମ୍ ର ନିଜସ୍ଵ ସ୍ବର୍ଗ ରଥ ଆମ୍ବୁଲାନ୍ସ ରେ ନିକଟସ୍ଥ ସ୍ମଶାନରେ ସମ୍ପୁର୍ଣ୍ଣ ହିନ୍ଦୁ ରୀତି ଅନୁଯାୟୀ ଶବଦାହ ବ୍ୟବସ୍ଥା କରିଥିଲେ । ଥରେ କି ଦୁଇ ଥର ନୁହଁ ଏମିତି ଅନେକ ଥର ଯେତେବେଳେ ମଧ୍ୟ ଟିକାବାଲି ତଥା ଏହାର ଆଖପାଖ ଅଞ୍ଚଳରେ ଏଭଳି ଖବର ଟିମ୍ ପାଖକୁ ଆସେ ଟିମ୍ ର ଆବାହକ ଭି.ଲୋକନାଥ ରାଜୁ ତୁରନ୍ତ ତା’ର ପ୍ରତିକାର ବାହାର କରି ନିଃସ୍ଵାର୍ଥପର ଭାବେ ସାହାଯ୍ୟ କରିଥାନ୍ତି । ଟିମ୍ ହ୍ୟୁମାନିଟି କନ୍ଧମାଳ ର ଏଭଳି ମହାନ୍ କାର୍ଯ୍ୟକ୍ରମ ପାଇଁ ଉକ୍ତ ଅଞ୍ଚଳର ଲୋକେ ସାଧୁବାଦ ଜଣାଇଛନ୍ତି।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories