ପେଶା ରେ ଶିକ୍ଷକ ଆଉ ନିଶାହେଲା ସମାଜ ସେବା

Udaya_Labanya | August 5, 2022 | 190 views |0 | Breaking News

ଫୁଲବାଣୀ (ସୁନୀଲ ପଟନାୟକ )
ପେଶା ରେ ସେଜଣେ ଶିକ୍ଷକ ହେଲେ ନିଶା ହେଉଛି ସମାଜସେବା l
ସେମିତି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ବାଲିଗୁଡା ଅଂଚଳ ର ବୁଲୁ ନାୟକ l

l ଆଦିବାସୀ ଓ ଦୁଖୀ ରଙ୍କି ଙ୍କ ଦରଦୀ ବନ୍ଧୁ ଲୋକଙ୍କ ଅଭାବ ଅସୁବିଧା ହେଉ କି ରୋଗୀ ସେବା ସମସ୍ତ ଙ୍କୁ ସାହାଯ୍ୟର ହାତ ବଢ଼ାନ୍ତି ବୁଲୁ l
କୋରନା ସମୟରେ ଭୋକିଲା ଲୋକଙ୍କୁ ଆହାର ଯୋଗାଇଵା ହେଉ କି ଉପାନ୍ତ ଇଲାକାରେ କରୋନା ସଚେତନତା ସୃଷ୍ଟି କରିବା ସହିତ ଶୁଖିଲା ଖାଦ୍ୟ ଯୋଗାଇ ଚର୍ଚ୍ଚାରେ ଥିଲେ ବୁଲୁ l ଲୋକଙ୍କ ସୁଖ ଦୁଃଖ ରେ ଠିଆ ହେବାକୁ ଭଲ ପାଆନ୍ତି ସେ l କିଛି ପାଇବା ଆଶା ନ ରଖି ସେବାରେ ମନ ନିବେଶ କରନ୍ତି l କୋଟଗଡ ବ୍ଲକର ଏକ ନିପଟ ମଫସଲ ରେ ଜନ୍ମ ଗ୍ରହଣ କରି ଉଚ୍ଚ ଶିକ୍ଷା ପରେ ଶିକ୍ଷକତା କରିବାସହ ସମାଜ ସେବା କୁ ଆପଣାଇ ନେଇଛନ୍ତି ବୁଲୁ l
ଆଦିବାସୀ ଅଧ୍ୟୁଷିତ କୋଟଗଡ ବ୍ଲକ ଅନ୍ତର୍ଗତ ବାଣ୍ଡପିପିଲି ଗ୍ରାମରେ ଅନାର୍ଯ୍ୟ ମୁଣ୍ଡାଙ୍କର ସ୍ତ୍ରୀ ମୃତ୍ୟୁ ପରେ ପରିବାର ଚଳା ଇବା ପାଇଁ ବହୁତ କଷ୍ଟକର ଥିଲା।
ସେହି ସମୟରେ ଅନାର୍ଯ୍ୟ ମୁଣ୍ଡା ବହୁତ ପୁରାତନ କେସ୍ ରେ ଜେଲର ଥିବା ସମୟରେ ଅନାର୍ଯ୍ୟ ମୁଣ୍ଡାର ଦୁଇ ସନ୍ତାନ ପୁଅ ଏବଂଝିଅ ଘରେ ଅଛନ୍ତି ।ପୁଅ କାହାର ମୁଲ କାମ ଲାଗିଲେ ପରିବାରରେ ଚୁଲି ଜଲେ।କାମ ନ ମିଳିଲେ ଓଳିଏ ଖାଇଲେ ଆରଓଳା ଉପାସ l ଝିଅ ଟି ନିକଟ ରେ ଥିବା ସରକାରୀ ବିଦ୍ୟାଳୟ ପାଠ ପଢ଼ୁଥିଲା କିନ୍ତୁ ମାଆ ଆରପାରିକୁ ଚାଲିଗଲା ପରେ ବାପାଙ୍କ ଏହି ଅବସ୍ଥା ଦେଖି ଝିଅ ଭାଙ୍ଗି ପଡିଥିଲା
ଖବର ଶୁଣି ଯୁବ ସମାଜ ସେବି ବୁଲୁ ମଲିକ ଉକ୍ତ ଝିଅକୁ ବୁଝେଇ ବା ସହିତ ପାଠ ପଢ଼ିବା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବା ସହିତ ଏକ ମାସର ରେଶନ ମଧ୍ୟ ଯୋଗାଇ ଦେଇଛନ୍ତି l ଝିଅର ପାଠ ପଢ଼ିବା ଖର୍ଚ୍ଚ ମଧ୍ୟ ବୁଲୁ ନିଜେ ବହନ କରିବେ ବୋଲି ଗ୍ରାମ ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବୁଲୁ ଙ୍କ ଏଭଳି ସେବା ମନବୃତି ପାଇଁ ଗ୍ରାମବାସୀଙ୍କ ସମେତ ବିଭିନ୍ନ ମହଲ ରୂ ଶୁଭେଚ୍ଛା ର ସୁଅ ଛୁଟୁଛି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories