ବନ ବିଭାଗ ଦ୍ୱାରା ଚୋରା ଚନ୍ଦନ କାଠ ଜବତ: ଜଣେ ଗିରଫ

Udaya_Labanya | August 5, 2022 | 185 views |0 | Breaking News


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବନ ବିଭାଗ ଓ ପାବୁରିଆ ବନ ବିଭାଗର ମିଳିତ ପାଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବର ପାଇ ବାଇବାଲି ଗ୍ରାମର ରାକେଶ କୁମାର ନାୟକ (୪୩)ଙ୍କ ଘରେ ଚଢ଼ାଉ କରାଯାଇଥିଲା। ତାଙ୍କ ଘରୁ ୧୧.୫ କେଜି ଚନ୍ଦନ କାଠ ଜବତ କରାଯାଇ ଥିଲା। ଚୋରା ଚନ୍ଦନ କାଠ ରଖିଥିବା ଅଭିଯୋଗରେ ରାକେଶକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଚଢାଉରେ ବନପାଳ ପ୍ରବୀଣ ଦାସ, ମନୋଜ କୁମାର ଝା, ବନରକ୍ଷୀ ପ୍ରତାପ କୁମାର ବେହେରା, ପାରାଗାର୍ଡ ସନ୍ତୋଷ ଚୌଧୁରୀ ଓ ରାଜେଶ ଦିଗାଲ ପ୍ରମୁଖ ସାମିଲ ଥିଲେ। ଏ ନେଇ କେଶ ନଂ.୬୬/୨୨–୨୩ ଜଙ୍ଗଲ ଆଇନ ଧାରାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବାନାଞ୍ଚଳ ଅଧିକାରିଣୀ ମୀନାକ୍ଷୀ କୂମୁରା ସୂଚନା ଦେଇଛନ୍ତି।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories