ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ସାଧାରଣ ବୈଠକ

Udaya_Labanya | August 5, 2022 | 138 views |0 | Breaking News


ଫୁଲବାଣୀ (ଉଲା ପ୍ର )ବାଲିଗୁଡା ସ୍ଥିତ ମାପlଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଲୋକନାଥ ପାଢ଼ୀ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ଟି ଶ୍ରୀନିବାସ ରାଓ ବାର୍ଷିକ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ତଥା ଆଇନଜୀବି କୌଶିକ ସାହୁ ଉପସ୍ଥିତ ଥିଲେ ସମସ୍ତ ସାହିର ବାସିନ୍ଦା ବୈଠକ ରେ ଯୋଗଦେଇ ଥିଲେ ଆୟବ୍ୟୟ ର ହିସାବ ପରେ ନୂତନ କମିଟି ଗଠନ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ କମିଟି କୋରନା କଟକଣା ରେ ମଧ୍ୟ ମନ୍ଦିରର ଉନ୍ନତି କାର୍ଯ୍ୟକ୍ରମ କରିଥିବାରୁ ଉପସ୍ଥିତ ଗ୍ରାମବାସୀ ସନ୍ତୋଷ ପ୍ରକଟ କରିଥିଲେ ଏବଂ ନୂତନ କମିଟି ଗଠନ ର ଆବଶ୍ୟକତା ନଥିବା ହୃଦଙ୍ଗମ କରିଥିଲେ ପୂର୍ଵରୁ କମିଟି ର ସଭାପତି ପଦବୀ ପାଇଁ ଆଜୀବନ ସଭାପତି ହୋଇ ଥିବା ନଜିର ଥିବାରୁ ସଭାପତି ପଦବୀ କୁ କାଏମ ରଖିବାକୁ ପ୍ରସ୍ତବ ମଧ୍ୟ ଆସିଥିଲା ଏବଂ ଆଗାମୀ ତିନିବର୍ଷ ପାଇଁ ମନ୍ଦିର ଓ କମିଟି ପରିଚାଳନା ପାଇଁ ପ୍ରସ୍ତାବ ଦେଇ ଥିଲେ ଏବଂ ସର୍ବ ସମ୍ମତି ହୋଇଥିଲା କିନ୍ତୁ ହାତ ଗଣତି କିଛି ଲୋକ ଏହାକୁ ବିରୋଧ କରି ନୂଆ କମିଟି ଗଠନ ପାଇଁ ଆଡିବସିଥିଲେ ପ୍ରବଳ ହଟଗୋଳ ହେବାରୁ ସର୍ବ ସମ୍ମତିକ୍ରମେ ଦୁର୍ଗାପୂଜା ପରେ ନୂତନ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଗଲା l ଜଣେ ବ୍ୟବସାୟୀ 4/5 ଟି ଘର ନିଜ ଅକ୍ତିଆର ରେ ରଖି ମୁନଫା ଉଠାଉ ଥିବାରୁ ସମସ୍ତେ ବିରୋଧ କରିଥିଲେ ଏବଂ ଜଣେ ବ୍ୟବସାୟୀ ଙ୍କୁ ଗୋଟିଏ ଘର ଦିଆଯିଵା ସହିତ ଦୋକାନ ଘର ବଜାର ଦରରେ ମୂଲ୍ୟଧର୍ଯ୍ୟ କରିବାକୁ ଦାବୀ ହୋଇଥିଲା ଏବଂ ଗରୀବ ବି ପି ଏଲ ଭୁକ୍ତ ଙ୍କୁ ଘର ଯୋଗାଇ ଦେବାକୁ ମଧ୍ୟ ପ୍ରସ୍ତାବ ଆସିଥିଲା ଶେଷରେ ସଭାପତି ଲୋକନାଥ ପାଢ଼ୀ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories