#Breaking News

ସରପଞ୍ଚ ଙ୍କ ସହାୟତାରେ ନଳକୂପ ମରାମତି ହେଲା

ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତ ର ସରପଞ୍ଚ କର୍ନେଲ କହଁର ଙ୍କ ଉତ୍ତମ କାର୍ଯ୍ୟ ପାଇଁ ସମସ୍ତ କଟିମାହା ପଞ୍ଚାୟତ ସହ ଟିକାବାଲି ଅଞ୍ଚଳ ରେ ମଧ୍ୟ ତାଙ୍କୁ ପ୍ରଶଂସା କରିଆସୁଛନ୍ତି l ପଧାନପଡ଼ା ପ୍ରାଥମିକ ବିଦ୍ୟାଳୟ ରେ ନଳକୂପ ଖରାପ ହେବା ଶୁଣିବା ମାତ୍ରକେ ସେ ନିଜେ ବିଦ୍ୟାଳୟ ରେ ଉପସ୍ଥିତ ରହି ନଳକୂପ କର୍ମଚାରୀ ଙ୍କ ସହାୟତା ରେ ଅଚଳ ନଳକୂପ ଟିକୁସଚଳ କରି କାର୍ଯ୍ୟକ୍ଷମ କରିଛନ୍ତି l ସେଥିପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ସମେତ ସମସ୍ତ ଗ୍ରାମବାସୀ ସରପଞ୍ଚ କହଁର ଙ୍କୁ କୃତଜ୍ଞତା ଜଣାଇଥିଲେ l ଯେହେତୁ ଏହା ଏକ ହଷ୍ଟେଲ ଯୁକ୍ତ ସ୍କୁଲ lତେଣୁ ନଳକୂପ ଉପରେ ସମସ୍ତେ ସମ୍ପୂର୍ଣ୍ଣ ନିର୍ଭରକରନ୍ତି l କିଛି ସମୟ ପାଇଁ ଯଦି ନଳକୂପ ଅଚଳ ହୁଏ ତେବେ ପାନୀୟ ଜଳ ସମସ୍ୟା ଦେଖାଦେଇଥାଏ l
ଏସବୁକୁ ଦୃଷ୍ଟିରେ ରଖି ସରପଞ୍ଚ କହଁର ତ୍ୱରିତ ପଦକ୍ଷେପ ନେଇ ଏହାକୁ କାର୍ଯ୍ୟକ୍ଷମ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପଧାନ ପଡ଼ା ର ଭରତ ମଲ୍ଲିକ, ଲକ୍ଷ୍ମଣ ପ୍ରଧାନ, ଲିପନ ଦିଗାଳ, ଯଶି ଦିଗାଳ, ବ୍ରହ୍ମାନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a comment

Your email address will not be published. Required fields are marked *