#Breaking News

ଫୁଲବାଣୀ ଆଇ. ଟି. ଡି ଏ ପକ୍ଷରୁ କଡ଼କ ନାଥ କୁକୁଡ଼ା ଚାଷ ତାଲିମ


ଫୁଲବାଣୀ(ସୁନୀଲ ପଟନାୟକ )
ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା. ଫୁଲବାଣୀ ପକ୍ଷରୂ ମିଶନ ଜୀବିକା ମାଧ୍ୟମ ରେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ କଡ଼କ ନାଥ କୁକୁଡ଼ା ପାଳନ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମିଶନ ଜୀବିକା ପକ୍ଷରୁ ଏହି ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ କୁ ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ତାଲିମ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସଂଗେ ସଂଗେ ଏହି କୁକୁଡା ଚାଷ କଲେ ଚାଷୀ ଅଧିକ ଦାମ ରେ କୁକୁଡ଼ା ବିକ୍ରୀ କରି ବେଶ ଲାଭବାନ ହୋଇପାରିବ ବୋଲି କହିଥିଲେl ବିଭାଗ ପକ୍ଷରୁ ଆଦିବାସୀ ହିତାଧିକାରୀ ମାନଂକୁ କୁକୁଡ଼ା ଚିଆଁ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ସହ ବୈଷୟିକ ଜ୍ଞାନ କୌଶଳ ମଧ୍ୟ ଯୋଗାଇଦିଆଯାଉଥିବା ନେଇ ପ୍ରକଳ୍ପ ପ୍ରଶାସକ ଦାସ ଆହୁରି କହିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଲୁଇସିଂ ସରପଞ୍ଚ ତଥା ଆଦିବାସୀ ନେତା ସୁଦର୍ଶନ କହଁର, ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ମନୋଜ କୁମାର ସାହୁ, ଡ଼. ସଂଗ୍ରାମ କେଶରୀ ସାହୁ, ଜୀବିକା ମିଶନ ବିଶେଷଜ୍ଞ ପି. ମୁରଲି ମୋହନ, ପ୍ରକଳ୍ପ ପରିଚାଳକ ଶୁଭଶ୍ରୀ ମହାନ୍ତି, ଓ ପ୍ରକଳ୍ପ ସହଯୋଗୀ ତଥା ସମାଜସେବୀ ବଦ୍ୟନାଥ ଖଟୁଆ ପ୍ରମୁଖ ତାଲିମ ଦାତା ଭାବେ ଉପସ୍ଥିତ ରହି କଡ଼କ ନାଥ କୁକୁଡ଼ା ମାଂସ ର ଔଷଧିୟ ଗୁଣ ସମ୍ପର୍କରେ ହିତାଧିକାରୀ ଙ୍କୁ ବୁଝାଇଥିଲେ l
ଏଥିରେ ଫୁଲବାଣୀ, ଖଜୁରୀପଡା, ଓ ଫିରିଙ୍ଗିଆ ବ୍ଲକ ଅଂଚଳ ର ପାଖା ପାଖି ପଚାଶ ଜଣ ହିତାଧିକାରୀ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *