#Breaking News

ପ୍ରାଥମିକ ସ୍କୁଲ ବନ୍ଦ ନ କରିବାକୁ ଦାବୀ କରି ବିଇ ଓ ଙ୍କୁ ଦାବୀ ପତ୍ର


ଫୁଲବାଣୀ(ସୁନୀଲ ପଟନାୟକ )-
ସୋମବାର କନ୍ଧମାଳ ଜିଲ୍ଲାର ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟର ୫୦ରୁ ଉର୍ଦ୍ଧ୍ବ ଅଭିଭାବକ ଅଭିଭାବିକାମିଶି ଫୁଲବାଣୀ ବିଇଓ ଙ୍କ କାର୍ଯ୍ୟାଳୟ କୁ ଯାଇ ସ୍କୁଲ ବନ୍ଦ ନ କରିବାକୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।ସୂଚନା ଯୋଗ୍ୟ ଯେ, ଶ୍ରୀ ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟ ୧୯୮୦-୮୧ ମସିହାରୁ ସରକାରଙ୍କ ଅନୁମତି ପ୍ରକାରେ ପ୍ରାଥମିକ ବିଦ୍ୟାଳୟର ଜାଗା ଉପରେ ଅଦ୍ୟାବଧି ଚାଲି ଆସୁଥିଲା । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ଶ୍ରୀ ସତ୍ୟସାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଅନୁସୂୟା ଆଚାର୍ଯ୍ୟ କୁଆଡେ ଗତ ୨୦୨୦ ମସିହାରେ ପ୍ରଥମ ଶ୍ରେଣୀ, ୨୦୨୧ ମସିହାରେ ଦ୍ଵିତୀୟ ଶ୍ରେଣୀ, ୨୦୨୨ ମସିହାରେ ତୃତୀୟ ଶ୍ରେଣୀକୁ ବିଭିନ୍ନ ଆଳ ଦେଖାଇ ବନ୍ଦ କରିଦେଇଛନ୍ତି । ଚଳିତ ବର୍ଷ ଚତୁର୍ଥ ଏବଂ ପଂଚମ ଶ୍ରେଣୀ ବନ୍ଦ କରିବାକୁମଧ୍ୟ ଅଭିଭାବକମାନଙ୍କୁଜଣାଇବା ପରେ ପୂର୍ବରୁ ପୂର୍ବତନ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ।ସେମାନଙ୍କ ଉପସ୍ଥିତିରେ ପୂର୍ବତନ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଡକାଇ ପ୍ରାଥମିକ ବିଦ୍ୟାଳୟ ଯେପରି ପୂର୍ବବତ ସୁଚାରୁ ରୂପେ ଚାଲିବ ତାର ବ୍ୟବସ୍ଥା କରିବାକୁକୁଆଡେ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଙ୍କ ଆଦେଶ ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀ ପ୍ରାଥମିକ ବିଦ୍ୟାଳୟ ନିର୍ମିତ ଗଠନ ହୋଇଥିବା ନୂତନ କମିଟିକୁ ଅନୁମୋଦନ କରିବା ତଥା ବିଦ୍ୟାଳୟକୁ ଅନୁମତି ପ୍ରଦାନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଆବେଦନ କରିବା ପାଇଁ କମିଟିର ସମ୍ପାଦକ ବିଜୟ କୁମାର ମହାନ୍ତିଙ୍କୁ ନିର୍ଦେଶ ଦେଇଥିଲେ । ତଦନୁଯାୟୀ ଗତ ତା.୧୦,୦୫,୨୦୨୨ରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଲିଖତ ଭାବେ କମିଟି ତରଫରୁ ଆବେଦନ କରାଯାଇଅଛି । ପୁନର୍ବାର ଜିଲ୍ଲାପାଳ ମହୋଦୟ ତା.୦୨.୦୬.୨୦୨୨ ରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କମିଟି ଅନୁମୋଦନ ଓ ବିଦ୍ୟାଳୟକୁ ଅନୁମତି ପ୍ରଦାନ ନିମନ୍ତେ ଜଣାଇଥିଲେ । ଗତ ତା,୦୮,୦୭.୦୨୨ରିଖ ଦିନ ଶ୍ରୀ ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟର ସମସ୍ୟା ବିଷୟରେ କମିଟି ପକ୍ଷରୁ ପୁନର୍ବାର ନୂତନ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ତା.୧୫.୦୭.୨୦୨୨ ରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ପୁନର୍ବାର ପ୍ରାଥମିକ ବିଦ୍ୟାଳୟ ପରିଚାଳନା ନିମନ୍ତେ ନୂତନ କମିଟିକୁ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ତାହା ବର୍ତମାନ ଯାଏ ଅନୁମତି ଦିଆଯାଇନାହିଁ ।
ସେହିପରି ବିଦ୍ୟାଳୟର ଶିକ୍ଷକମାନଙ୍କୁ ଚାରିମାସ ହେଲା ଦରମା ମଧ୍ୟ ମିଳିନାହିଁ l ଅନ୍ୟପଟେ ଅଭିଭାବକ ମାନଙ୍କୁ ଡକାଇ ମାସିକ ଦେୟ ୨୦୦ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉଛି । ଜଣେ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହୋଇଥିଲେ ମଧ୍ୟ ସେକିପରି ଓ କେଉଁ ଆଇନ ବଳରେ ଦୀର୍ଘ ବର୍ଷ ଧରି ଏକ ବେସରକାରୀ ପ୍ରାଥମିକ ବିଦ୍ୟାଳୟକୁ ତାଙ୍କ ଅଧିନରେ ରଖି ପରିଚାଳନା କରୁଛନ୍ତି ତାହା ତଦନ୍ତ ସାପେକ୍ଷ ।
ତୁରନ୍ତ ପ୍ରାଥମିକ ଶିକ୍ଷା କୁ ଅନୁମତି ଦେବାଲାଗି ଅବିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦାବୀ କରିଛନ୍ତି l ଅନ୍ୟଥା ସେମାନେ ଶେଷରେ ବାଧ୍ୟହୋଇ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି l ଏ ନେଇ ସତ୍ୟ ସାଇ ହାଇ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ କିମ୍ବା ଵି ଇ ଓ ଙ୍କ ମତାମତ ମିଳିପାରିନାହିଁ l

Leave a comment

Your email address will not be published. Required fields are marked *