ବିଶ୍ୱ ଆଦିବାସୀ ଦିଵସ ରେ ଫୁଲବାଣୀ ଆଇ. ଟି. ଡି ଏ ପକ୍ଷରୁ କଡ଼କ ନାଥ କୁକୁଡ଼ା ବଣ୍ଟନ

Udaya_Labanya | August 9, 2022 | 111 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା. ଫୁଲବାଣୀ ପକ୍ଷରୂ ମିଶନ ଜୀବିକା ମାଧ୍ୟମ ରେ ଫିରିଙ୍ଗିଆ ବ୍ଲକ ବେଡାକେତା ଗ୍ରାମ ରେ ପଇଁଚାଳିଶ ଜଣ ଆଦିବାସୀ ଙ୍କୁ କଡ଼କ ନାଥ କୁକୁଡ଼ାପ୍ରଦାନ କରାଯାଇଥିଲା l ମିଶନ ଜୀବିକା ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ପାଙ୍ଗା ଉପରସାହି ସରପଞ୍ଚ ଶ୍ରୀମତୀ ରଶ୍ମିତା କହଁର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ହିତାଧିକାରୀ ମାନଙ୍କୁ କଡ଼କ ନାଥ କୁକୁଡ଼ା ପ୍ରଦାନ କରିଥିଲେ l
ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ଙ୍କ ନିର୍ଦେଶକ୍ରମେ ଜୀବିକା ବିଶେଷଣଜ୍ଞ ବଦ୍ୟନାଥ ଖଟୁଆଲଗାଣ ବର୍ଷସତ୍ବେ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବେ ପରିଚାଳନା କରିଥୁଲେ l ଏହି କୁକୁଡା ଚାଷ କଲେ ଚାଷୀ ଅଧିକ ଦାମ ରେ କୁକୁଡ଼ା ବିକ୍ରୀ କରି ବେଶ ଲାଭବାନ ହୋଇପାରିବ ବୋଲି ଜୀବିକା ବିଶେଷଜ୍ଞ ଖଟୁଆ କହିଥିଲେl ବିଭାଗ ପକ୍ଷରୁ ଆଦିବାସୀ ହିତାଧିକାରୀ ମାନଂକୁ କୁକୁଡ଼ା ଚିଆଁ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ସହ ବୈଷୟିକ ଜ୍ଞାନ କୌଶଳ ମଧ୍ୟ ଯୋଗାଇଦିଆଯାଉଥିବା ନେଇ ସେ ଆହୁରି କହିଥିଲେ l
ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ. ବୀରେନ୍ଦ୍ର କୁମାର ଦାସ ଙ୍କ ନିଷ୍ଠାପର ଉଦ୍ୟମ, କାର୍ଯ୍ୟ ଦକ୍ଷତା, ଉତ୍ତମ ଦିଗଦର୍ଶନ ଯୋଗୁଁ ବିଭାଗ ପକ୍ଷରୁ ବହୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିଛି l
ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଓ ଖଜୁରୀପଡା ବ୍ଲକ ର ଶତାଧିକ ଆଦିବାସୀ ପୁରୁଷ, ମହିଳା ଉପକୃତ ହୋଇଥିବା ସରକାରୀ ସୁତ୍ର ରୁ ଜଣା ପଡ଼ିଛି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories