ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ଙ୍କୁ ଅନୁଦାନ ପ୍ରଦାନ ଦାବୀ

Udaya_Labanya | August 9, 2022 | 119 views |0 | Breaking News


ଫୁଲବାଣୀ:(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ୧-୬-୨୦୦୮ରୁ ୩୦-୧୧-୨୦୧୩ ର ଏକ ଜିଲ୍ଲା ସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।୧-୬-୨୦୦୮ ମସିହା ଠାରୁ ଅଦ୍ୟାବଧି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ଵାରା ନିଯୁକ୍ତି ପାଇଥିବାଅଧ୍ୟାପକ ଓ କର୍ମଚାରୀ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି।ପରିଚାଳନା କମିଟି ଦ୍ଵାରା ସ୍ୱଳ୍ପ ବେତନରେ ଜୀବିକା ପ୍ରତି ପୋଷଣ କରୁଛନ୍ତି।ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାର ଏହି କର୍ମଚାରୀ ମାନଙ୍କୁ ଅନୁଦାନ ଦେବା ପାଇଁ କୌଣସି ପଦକ୍ଷେପ ଏପର୍ଯ୍ୟନ୍ତ ନେଇ ନାହାନ୍ତି।ସେମାନେ ସରକାରଙ୍କ ସମସ୍ତ ପ୍ରକାରର କାର୍ଯ୍ୟ ଯଥା ନାମ ଲେଖା ପ୍ରକ୍ରିୟା,ପରୀକ୍ଷା ପରିଚାଳନା, ପରୀକ୍ଷା ଖାତା ମୂଲ୍ୟାୟନ,ନିୟମିତ ଶିକ୍ଷାଦାନ,ନିର୍ବାଚନ କାର୍ଯ୍ୟ ଓ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ ମଧ୍ୟ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ଯୋଗୁଁ କର୍ମଚାରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଯଦି ସରକାର ଆଗାମୀ ଦିନରେ କୌଣସି ପଦକ୍ଷେପ ନନିଅନ୍ତି ତାହାହେଲେ ସଙ୍ଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।ଏହି ବୈଠକରେ ସଂଘର ସଭାପତିଅଧ୍ୟାପକ ଶଙ୍କର ପାଢ଼ୀ, ଉପ ସଭାପତି ଅଧ୍ୟାପକ ବିରଞ୍ଚି ନାରାୟଣ ସାହୁ, କୋଷାଧ୍ୟକ୍ଷ ଅଧ୍ୟାପକ ଶିଵରାମ ବେହେରା, ଅଧ୍ୟପିକା ଗୀତାଞ୍ଜଳି ଗନ୍ତାୟତ,ଉପଦେଷ୍ଟା ଅଧ୍ୟାପକ ଅକ୍ଷୟ ଦଳବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories