#Breaking News

ଲଗାଣ ବର୍ଷା ରେ ଘର କାନ୍ଥ ଭୁଶୁଡ଼ିଲା


ଫୁଲବାଣୀ (ସୁନୀଲ ପଟନାୟକ )
୩ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଟିକାବାଲି ଗ୍ରାମପଞ୍ଚାୟତ, ନୁଆସାହି ବରପଦାରେ ଶାନ୍ତି କହଁର ସ୍ୱାମୀ ସୁବାସ କହଁର ଙ୍କ ଘର କାନ୍ଥ ଭୁଷୁଡ଼ିପଡ଼ିଛି l ତେଵେ ସୁବାସ ଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଥିଲେ l
ଏ ନେଇ ସ୍ଥାନୀୟ ଆର ଆଇ ଙ୍କୁ ଜଣାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏ କୌଣସି ସହାୟତା ମିଳିନଥିବାବେଳେ ପ୍ରମିଶ ଦିଗଲ ନାମକ ଜଣେ ଛାତ୍ର ନେତା ସହାୟତାର ହାତ ବଢ଼ାଇଛନ୍ତି l ଖବର ପାଇ ପ୍ରମିଶ ସୁବାସ ଙ୍କ ଘରକୁ ଯାଇଵ୍ୟକ୍ତିଗତ ଭାବେ ପଲିଥିନ ଓଅନ୍ୟାନ୍ୟ ଖାଦ୍ୟସାମଗ୍ରୀ କିଛି ପ୍ରଦାନ କରିଥିଲେ l
ବର୍ଷା ଲାଗିରହିବାଫଳରେ ଦିନ ମଜୁରିଆ ମାନେ କାମ ଧନ୍ଦା କରିବାକୁ ବାହାରକୁ ଯାଇ ନପାରି ପରିବାର ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି lପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେବା ଜରୁରୀ ହୋଇପଡିଛି l

Leave a comment

Your email address will not be published. Required fields are marked *