#Breaking News

ବିଦ୍ୟୁତ୍ ବିଭାଗର ଅବହେଳାଅଭିଯୋଗ ବିଦ୍ୟୁତ୍ ତାରସଂସ୍ପର୍ଶରେ ଆସି ୨ ମଇଁଷି ର ମୃତ୍ୟୁ

..

ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ବଲସ କୁମ୍ପା ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଟି ମଇଁଷି ର ମୃତ୍ୟୁ ହୋଇ ଥିବା ଅଭିଯୋଗ ହୋଇଛି l
ଗ୍ରାମବାସି ଏହା ଦେଖି ତୁରନ୍ତ ବିଦ୍ୟୁତ୍ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବିଦ୍ୟୁତ୍ ବିଭାଗ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଭଞ୍ଜର ମୁଣ୍ଡା ଗ୍ରାମର ସୁବାଷ ଭୋଇ ର ଦୁଇ ମଇଁଷି ଚରିବାକୁ ଯାଇଥିବାବେଳେ ବିଦ୍ୟୁତ୍ ତାରରେକୁଆଡେ ଲାଗି ଯାଇଥିଲେ ।ଫଳରେ ମଇଁଷି ଦୁଇଟି ର ମୃତ୍ଯୁ ଘଟିଥିଲା l ମଇଁଷି ମରିଥିବା ଖବର୍ ପାଇ ମଇଁଷି ମାଲିକ ସୁବାଷ ଆସି ଦେଖିଲା ପରେ ଦୁଃଖ ରେ ଭାଙ୍ଗିପଡିଥିଲେ l ବିଦ୍ୟୁତ୍ ବିଭାଗ ପକ୍ଷରୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ସୁବାସ ଓ ଗ୍ରାମବାସି ଦାବି କରିଛନ୍ତି ।

Leave a comment

Your email address will not be published. Required fields are marked *