କନ୍ଧମାଳ ରେ ଲଗାଣ ବର୍ଷା ଯୋଗୁଁ କଲ ଭର୍ଟ ଧୋଇହୋଇଗଲା, ଗଛ ଉପୁଡିଲା
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାସରୀପଡା ଛକ ଠାରୁ ନୂଆପଦର କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର କେଲାପଡା ପଂଚାୟତ ଗୁରୁପଡା ଗାଁ ନିକଟରେ ଗତକାଲି ରାତି ରେ ଜାରିରହିଥିବା ଲଗାଣ ବର୍ଷା ରେ ଏକ ବିରାଟ ଆମ୍ବ ଗଛ ଉପୁଡି ପଡି ରାସ୍ତା ଅବରୋଧ ହୋଇ ଯାଇଥିଲା I ଫଳରେ ଏହି ରସ୍ତା ରେ ଗାଡ଼ିମଟର ଚଳା ଚଳ ସମ୍ପୂର୍ଣ ଠପ ହୋଇ ଯାଇଥିଲା I ତେଵେ ଦମକଳ ବାହିନୀ ଦୀର୍ଘ ୮ ଘଣ୍ଟା ପରିଶ୍ରମ ପରେ ଗଛଟି କଟା ଯଇଥିଲା ଆଉ ଗାଡିଚଳlଚଳସ୍ୱାଭାବିକ ହୋଇଥିଲା l ସେହିଭଳି ଆଜି ମଧ୍ୟଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ର ଛୋଟ ବଡ଼ ନଦୀ ବଢ଼ିବା ଫଳରେ ଫିରିଙ୍ଗିଆ ର ଟାଟେଣି ନାଳ ଉପରେ ଥିବା ପୋଲା ଭାସି ଯିବାରୁ ଟେଲlପାଲି ଗ୍ରାମଓ ଶିକୁଳି ପଦର ଗ୍ରାମ ବାହ୍ୟ ଜଗତରୁ ଏକପ୍ରକାର ବିଛିନ୍ନ ହୋଇଛି l
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































