ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଅଖଣ୍ଡ ଭାରତ ଦିବସ ପାଳିତ

Udaya_Labanya | August 14, 2022 | 26 views |0 | Breaking News

ଫୁଲବାଣୀ -14/08(ସୁନୀଲ ପଟନାୟକ )
ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଖଣ୍ଡ ଭାରତଦିବସ ଉତ୍ସବ, ଭାରତ ମାତା ପୂଜନ କାର୍ଯ୍ୟକ୍ରମ, ସାମୂହିକ ରାଷ୍ଟ୍ର ବନ୍ଦନା, ମାତୃ ଭାରତୀ ଗଠନ, ମାତୃ ସମ୍ମିଳନୀ ଓ ରଙ୍ଗୋଲି ପ୍ରତିଯୋଗିତା ଆଦି ବିଭିନ୍ନ କାର୍ଯ୍ୟକ୍ରମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପାଳିତ ହୋଇଯାଇଛି l ପ୍ରବଳ ବର୍ଷା ସତ୍ତ୍ୱେ ଶିଶୁମାନଙ୍କ ଦ୍ୱlରା ଭାରତ ମାତା ପୂଜନ, ସାମୂହିକ ବନ୍ଦେ ମାତରମ ଗାନ, କ୍ରାନ୍ତିବୀର ମାନଙ୍କ ଝାଙ୍କି ପ୍ରଦର୍ଶନ କରାଯାଇଥିଲା l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଧଳ ପ୍ରଦୀପ ପ୍ରଜ୍ବଳନ କରି ଭାରତ ମାତାର ପୂଜନ କରିଥିଲା ବେଳେ ଘୋଷ ର ତlଳେ ତlଳେ ସାମୂହିକ ରାଷ୍ଟ୍ର ଗୀତ ଗାନ କରି କ୍ରାନ୍ତି ବୀର ମାନଙ୍କୁ ସମ୍ମାନ ଦିଆ ଯାଇଥିଲା l ମାତୃ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ପରିଚାଳିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଷ୍ଟ୍ର ଓ ବ୍ୟକ୍ତି ନିର୍ମାଣରେ ମା’ ମାନଙ୍କର ବଳିଷ୍ଠ ଭୂମିକା ବିଷୟରେ ଭାବଗର୍ଭକ ଭାଷଣ ପ୍ରଦାନ କରିଥିଲେ l ନେତାଜୀ ସୁଭାଷ ବୋଷ ଡିଗ୍ରୀ ମହାବିଦ୍ୟାଳୟର ଶିକ୍ଷା ଅଧ୍ୟାପିକା ଶ୍ରୀମତୀ ସ୍ଵାଗତିକl ସାହୁ ଶୃଙ୍ଖଳା ଓ ସଂସ୍କାର ଦିଗରେ ମା’ ମାନଙ୍କର ଯେଉଁ ତ୍ୟାଗ ରହିଛି ଆଲୋଚନା କରିଥିଲେ l କନ୍ୟାଶ୍ରମର ପ୍ରଧାନ ଆଚାର୍ଯ୍ୟl ରାଜଲକ୍ଷ୍ମୀ ଭଉଣୀ ମଂଚାସୀନ ଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାଶ ଚନ୍ଦ୍ର ଧଳ ଅତିଥିମାନଙ୍କର ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସଭାପତି ଶ୍ରୀ ପୁରୁଷୋତ୍ତମ ଲେଙ୍କା ଅଧ୍ୟକ୍ଷତା କରିଥିଲେ ଓ ସହ ସମ୍ପାଦକ ଶ୍ରୀ ମୁରଲୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ମାତୃ ଶକ୍ତିର ଜାଗରଣ ପାଇଁ ମାତୃ ଭାରତୀ ଗଠନ ହୋଇଥିଲା l ସଭାନେତ୍ରି ଭାବରେ ସ୍ଵାଗତିକ ସାହୁ, ସମ୍ପାଦିକା ପ୍ରଶାନ୍ତି ସାହୁ, କୋଷାଧ୍ୟକ୍ଷl ମଧୁସ୍ମିତା ବେହେରା, ସଦସ୍ୟl ବିଷ୍ଣୁପ୍ରୀୟା ସାହୁ,ସସ୍ମିତା ଭୋଇ, ମମିତl ମlଝି, ପ୍ରମୁଖ ମନୋନୀତl ହୋଇଥିଲେ l ପରେ ପରେ ମା’ ମାନଙ୍କଦ୍ୱାରା ଏକ ରଙ୍ଗୋଲି ପ୍ରତିଯୋଗିତା ହୋଇଥିଲା l ଉପଦେଷ୍ଠା ରାମକୃଷ୍ଣ ପାଢ଼ୀ, ଉପ ସଭାପତି ପ୍ରସନ୍ନ କୁମାର ସାହୁ, ସମ୍ପାଦକ ହୀରାଲାଲ ପ୍ରଧାନ, ସଦସ୍ୟ ସୁଶାନ୍ତ ପାତ୍ର, ଶରତ ସାହୁ ଉମାକାନ୍ତ ପାତ୍ର ଏବଂ ସମସ୍ତ ଗୁରୁଜୀ ଗୁରୁମା’ ସକ୍ରିୟ ଭାବେ କାର୍ଯ୍ୟକ୍ରମର ପରିଚାଳନା! କରିଥିଲେ l ଶିକ୍ଷା ବିକାଶ ସମିତି, ଦକ୍ଷିଣ – ପୂର୍ବ ସମ୍ଭାଗର ଶିଶୁ ବାଟିକା ସଂଯୋଜକ ଶ୍ରୀ ଅରୁଣ କୁମାର ବାଗ ମାର୍ଗଦର୍ଶକ ଭାବେ ଯୋଗ ଦେଇଥିଲେ l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories