ପ୍ରବଳ ବର୍ଷାରେ ଭାଙ୍ଗିଲା କାଠ ପୋଲ, ବିପଦସଂକୁଳ ଅବସ୍ଥାରେ ଯାତାୟତ : ସ୍ଥାୟୀ ପୋଲ ପାଇଁ ଦାବୀ

Udaya_Labanya | August 14, 2022 | 9 views |0 | Breaking News


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ ): ସମଗ୍ର କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଏକ ସପ୍ତାହ ହେଲା ଲାଗିରହିବା ଫଳରେ ଜିଲ୍ଲାର ତଳିଆ ଅଞ୍ଚଳ ଗୁଡ଼ିକ ଜଳାର୍ଣ୍ଣବ ହେବାରେ ଲାଗିଛି ଏବଂ ଛୋଟ ବଡ଼ ନଦୀ ଗୁଡ଼ିକରେ ବଢ଼ି ପାଣି ପ୍ରବାହିତ ହେଉଛି। ଜିଲ୍ଲାର ଚକାପାଦ ଅଞ୍ଚଳରେ ତୁହାକୁ ତୁହା ମୁଷଳ ଧାରାରେ ବର୍ଷା ଲାଗିରହିଛି, ତେଣୁ ଚକାପାଦର ବ୍ୟାଙ୍କ ସାହିବାସିନ୍ଦା ଜଳବନ୍ଧୀ ଭାବେ ରହିଛନ୍ତି। ସାହି ଭିତରେ ବର୍ଷା ପାଣି ଲହଡ଼ି ମାରିବା ସହିତ ବହୁ ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଯାଇଛି। ସାହିର କିଛି କଚା ଘର ମଧ୍ୟ ବର୍ଷା ପାଣିରେ କ୍ଷତିଗ୍ରସ୍ତ ହୋଇଛି। ସାହିବାସିନ୍ଦା ମାନେ ଜଳବନ୍ଧୀ ଭାବେ ନାହିଁ ନଥିବା ଅସୁବିଧାରେ ରହିଛନ୍ତି। ସେହିଭଳି ଚକାପାଦର ରାଇପଦା-ଜୁଇଖୋଲ ଗ୍ରାମକୁ ସଂଯୋଗ କରୁଥିବା ବୃତଙ୍ଗ ନଦୀରେ ବଢ଼ି ପାଣି ଆସିବା ଫଳରେ ନଦୀରେ କରାଯାଇଥିବା କାଠ ପୋଲଟି ଭାସିଯାଇଛି। ଫଳରେ ଜୁଇଖୋଲ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଗ୍ରାମବାସୀମାନେ ବିପଦସଂକୁଳ ଭାବେ ନଦୀର ବଢ଼ି ପାଣି ଭିତରେ ପଶି ଯାତାୟାତ କରୁଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories