ମନ୍ତ୍ରୀ ଜଗନାଥ ସାରକା ଙ୍କୁ ସ୍ଵାଗତ ସମ୍ବର୍ଧନା
Udaya_Labanya | August 14, 2022 | 23 views |0 | Breaking News
ଫୁଲବାଣୀ (ଉଳାପ୍ର )ଆସନ୍ତାକାଲି ସ୍ୱାଧିନତା ଦିଵସ ରେ ସଦର ମହକୁମା ଫୁଲବାଣୀ ଠାରେ ଅନୁଷ୍ଠିତ ଜିଲାସ୍ତରୀୟ ପ୍ୟାରେଡ଼ ରେ ମୁଖ୍ୟଅତିଥି ଭାବେ ଯୋଗ ଦେବାଲାଗି ଆଜି ରବିବାର ସନ୍ଧ୍ୟାରେ ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନାଥ ସାରକା ଫୁଲବାଣୀ ସର୍କିଟ ହାଉସ ରେ ପହଂଚିବା ପରେ ସେଠାରେ ଉପସ୍ଥିତ ଥିବା ରାଜ୍ୟ ସଂଖ୍ୟାଲଘୁ ସାଧାରଣ ସମ୍ପାଦକ ମହମଦ ୟସିନ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସମ୍ପାଦକ ବିମଳ ନାୟକ, ପ୍ରମୁଖ ସ୍ଵାଗତ ସମ୍ବର୍ଧନା ଜଣାଇଥିଲେ l
ସେହିପରି ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଏସପି ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା, ପି ଏ. ଆଇଟିଡିଏ ଫୁଲବାଣୀ ବୀରେନ୍ଦ୍ର କୁମାର ଦାସ, ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା ପ୍ରମୁଖ ଉପସ୍ଥିତ ରହି ମନ୍ତ୍ରୀ ସlରକା ଙ୍କୁ ସ୍ଵାଗତ ଜଣାଇଥିଲେ l