ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡ଼ା ଅଞ୍ଚଳ, ଜାତୀୟ ରାଜପଥ ଉପରେ ୨ଫୁଟ ପାଣି

Udaya_Labanya | August 14, 2022 | 20 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ) ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏଥିରୁ ବାଦ୍ ପଡ଼ିନି କନ୍ଧମାଳ ଜିଲ୍ଲା । ଲଗାଣ ବର୍ଷାରେ ଜିଲ୍ଲା ସଦର ମହକୁମା ସମେତ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ପୋଖରୀରେ ବର୍ଷା ଜଳ ଭର୍ତ୍ତି ହୋଇ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଏବେ ପାଖାପାଖି ଦୁଇ ଫୁଟ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପୋଖରୀ ସୌନ୍ଦର୍ଜୀକରଣ ପାଇଁ ପୋଖରୀ ହୁଡ଼ାରେ ନବ ନିର୍ମିତ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ବସ୍ ଷ୍ଟାଣ୍ଡକୁ ଲାଗି ରହିଥିବା ପୋଖରୀର ମଧ୍ୟ ନବ ନିର୍ମିତ ପାର୍ଶ୍ଵ କାନ୍ଥ ବର୍ଷାରେ ଭୁଶୁଡ଼ି ପଡ଼ିଥିଲା । ନିମ୍ନମାନର କାମ ଯୋଗୁଁ ଗୋଟିଏ ବର୍ଷରେ କାନ୍ଥ ଭୁଶୁଡ଼ି ପଡ଼ୁଛି ଏବଂ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ପ୍ରିୟା ପ୍ରୀତି ଯୋଗୁଁ ଏଭଳି ନିମ୍ନମାନର କାମ ହେଉଛି ବୋଲି ସାଧାରଣରେଚର୍ଚା ହେଉଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ଜନସାଧାରଣ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଥିବା ବେଳେ ଅଭ୍ୟନ୍ତରୀଣ ଅଞ୍ଚଳବାସୀଙ୍କ ସମେତ ଖଟିଖିଆ ଦିନ ମଜୁରିଆ କାମ ଧନ୍ଦା କରିବା ପାଈଁ ଯାଇନପାରି ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ଘଟିଥିବା କ୍ଷୟକ୍ଷତି ବାବଦରେ କୌଣଶି ସୂଚନା ମିଳିପାରିନାହିଁ

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories