ଲଘୁଚାପ ଜନିତଲଗାଣ ବର୍ଷା :ଧୋଇଗଲା ଅସ୍ଥାୟୀ ପୋଲ: ରାଇକିଆ- ଦାରିଙ୍ଗିବାଡି ଯାନବାହାନ ଚଳାଚଳ ବନ୍ଦ

Udaya_Labanya | August 14, 2022 | 16 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ୍ ମୁରୁଡ଼ି କୁପୁଡ଼ା ଠାରେ ଦାରିଙ୍ଗିବାଡି – ରାଇକିଆ କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନ ରେ ଧୋଇଯିବା ଫଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗତ ୨୦୧୮ ତିତିଲି ବାତ୍ୟା ରେ ଏଠାରେ ଥିବା ସ୍ଥାୟୀ ପୋଲ ଟି ଧୋଇ ଯାଇଥିଲା। ସେବେଠାରୁ ଅସ୍ଥାୟୀ ଭାବେ ରାସ୍ତା ପାଖରେ ମାଟି ପକା ଯାଇ ଡ୍ରାଇଭରସନ୍ ନିର୍ମାଣ କରାଯାଇ ଯାନବାହାନ ଚଳାଚଳ କରୁଥିଲା । ଇତି ମଧ୍ୟରେ ଚାରିବର୍ଷ ବିତି ଯାଇଥିଲେ ମଧ୍ୟ ସ୍ଥାୟୀ ପୋଲଟି ନିର୍ମାଣ କରାଯାଇ ନଥିଲା । ଫଳ ସ୍ୱରୂପ ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଡ଼ାଇଭରସନ୍ ଧୋଇ ହୋଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଛି । ପ୍ରତ୍ୟେକ ବର୍ଷ ଏହିପରି ଡ଼ାଇଭରସନ୍ ଧୋଇ ହୋଇ ଯାଉ ଥିଲେ ମଧ୍ୟ କେବଳ ମାଟି ପକାଇ ଅସ୍ଥାୟୀ ଭାବେ ଯାନ ବାହନ ଚଳା ଚଳ ହେଉଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସ୍ଥାୟୀ ପୋଲ ଟିକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories