ପୁଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ କାର ଜବତ: ଚାଲାଣ କାରୀ ଚମ୍ପଟ ମାରିଲେ

Udaya_Labanya | August 16, 2022 | 14 views |0 | Breaking News


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ପକ୍ଷରୁ ୨୭ କିଲୋ ୩୦୦ ଗ୍ରାମ ଗଞ୍ଜେଇ ସହ ଏକ କାରକୁ ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନ ସମୟରେ ପୁଲିସ ପାଟ୍ରୋଲିଂରେ ଯାଉଥିବା ସମୟରେ ରାଇକିଆ ଥାନା ଅନ୍ତର୍ଗତ ପେଟାପାଙ୍ଗା ଛକ ନିକଟରେ ଏକ କାର ନଂ.ଓଡି-୦୭-ପି-୬୦୮୦ ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ପୁଲିସ ଗାଡ଼ିକୁ ଅଟକାଇ ଥିବାବେଳେ ଗଞ୍ଜେଇ ଚାଲାଣ କାରି ତିନି ଜଣ ଗାଡ଼ିକୁ ଛାଡି ସେଠାରୁ ଚମ୍ପଟ ମାରିଥିଲେ। ତଲାସି ବେଳେ ଗାଡ଼ିରୁ ଏକ ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଛି। ଓଜନ କରାଯିବା ପରେ ୨୩ କିଲୋ ୩୦୦ ଗ୍ରାମ ହୋଇଥିବା ଜଣାପଡିଛି। ଏନେଇ ରାଇକିଆ ଥାନାରେ ଏନଡିପିଏସ ଆକ୍ଟ୍ ରେ ଏକ ମାମଲା ରୁଜୁ କରାଯାଇ ଫେରାର ଗଞ୍ଜେଇ ଚାଲାଣକାରିଙ୍କୁ ଖୋଜାଖୋଜି କରାଯାଉଥିବା ବିଷୟ ଥାନା ଅଧିକାରୀ ସାନ୍ତୁନ କୁମାର କହିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ…

Udaya_Labanya | December 5, 2022 | 2 views |0

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି। ଜଣେ ୧୭ ବର୍ଷର ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୨୧ ବର୍ଷର…

ଆଇନ ସେବା ପ୍ରାଧିକରଣ ସଚିବ ଲୋକଙ୍କ ସୁବିଧା…

Udaya_Labanya | December 5, 2022 | 2 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ‌ଚକାପାଦ‌ ବ୍ଳକ ଅନ୍ତର୍ଗତ ବେହେରା ଗାଁ ପଞ୍ଚାୟତ ର ‌ଲଣ୍ଡାପାଜୁ‌ ଗାଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ‌ ଶ୍ରୀମତୀ ‌ଅନୁଶିଳା ରୟଶନିବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ…

Leave a Reply

Your email address will not be published. Required fields are marked *

Archives

Categories