ବାଲିଗୁଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

Udaya_Labanya | August 16, 2022 | 10 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜି୍‌ଲ୍ଲାପାଳ ଆଶିଶ ଇଶ୍ୱର ପାଟିଲ ଅଭିଯୋଗ ଶୁଣାଣୀ କରିଛନ୍ତି । ଏଥିରେ କନ୍ଧମାଳ ଏସପି ବିନିତ ଅଗ୍ରଓାଲ,ଏସଡିପିଓ ଜିଆର ରାଘେବେନ୍ଦ୍ର, ଉପ ଜିଲ୍ଲପାଳ ଦୁଃଖବନ୍ଧୁ ନାୟକ, ପିଏ ଆଇଟିଡିଏ ବାଲିଗୁଡା ମଧୁସୁଦନ ବେହେରା,ପିଡି ଡିଆରଡିଏ ବିଶ୍ୱରଂଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଜିତ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ । ଏଥିରେ ୬୧ ଟି ଅଭିଯୋଗ ହୋଇଥିବା ବେଳେ ସାମୁହିକ ଭାବେ ଦୁଇଟି ଅଭିଯୋଗ ହୋଇଛି । ଅଧିକାଂଶ ଅଭିଯୋଗ ଆସିଥିଲା ଯେ ଗତ ଲଗାଣ ବର୍ଷାରେ ଘରଭାଙ୍ଗିଥିବା ନେଇ ଅଭିଯୋଗ ପରେ ସ୍ଥାନୀୟ ବିଡିଓ ଶଶାଙ୍କ ଶେଖର ପାତ୍ର ଘରଭାଙ୍ଗିଥିବା ଲୋକଙ୍କୁ ଜରିପାଲ ଦେଇଥିଲେ ।ବାରଖମାର ମାତୃଭବନ ଉତ୍ପାଦିକା ଗୋଷ୍ଠିର ଅର୍ଥ ଅନିମିୟତା ନେଇ ବି ଗୋଷ୍ଠିଗତ ଭାବେ ଅଭିଯୋଗ କରିଥିଲେ ମହିଳା ମାନେ ।ଉକ୍ତ ଶୁଣାଣୀ ଉପଖଣ୍ଡ ତଥା ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଲଳିତ ମୋହନ ସାଗର ସଦଳେବଳେ ଉପସ୍ଥିତ ଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories