ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳିତ

Udaya_Labanya | August 16, 2022 | 19 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବାଧିନତାର ୭୫ ବର୍ଷ ପୂର୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍‌ ମହୋତ୍ସବ ” |ଏହି ଅବସରରେ ପ୍ରତ୍ୟୁଷ ରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହର ରେ ରାମଧୁନ ପରିବେଷଣ କରାଯାଇଥିଲା l ସକାଳ ୭ ଘଣ୍ଟ ସମୟରେ ଉପଖଣ୍ଡ ର ସମସ୍ତ ସରକାରୀ ଓ ବେ ସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା l ପରେପରେ ସ୍ଥାନୀୟ ଏନଏସି ତରଫରୁ ଟାଉନରେ ଥିବା ଜବାହର ଲାଲ ନେହେରୁ ଓ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ଏହା ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ବାଲିଗୁଡ଼ା ଉପ ଜିଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଂଗୀତ ଗାନ ହେବା ପରେ ମୁଖ୍ୟ ଅତିଥି ନିଜ ଅଭିଭାଷଣ ରଖିଥିଲେ | ଏହି କାର୍ଯ୍ୟକ୍ରମ ରେ ବାଲିଗୁଡ଼ା ଉପଖଣ୍ତ ଆରକ୍ଷୀ ଅଧିକାରୀ ଜି.ଆର.ରାଘବେନ୍ଦ୍ର, ବିଡ଼ିଓ ଶଶାଙ୍କ ଶେଖର ପାତ୍ର,ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ ଚକ୍ରମଣି କହଁର, କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି ଟୁନା ଦାସ, ପୂର୍ବତନ ଏନଏସି ଅଧକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ଙ୍କ ସମେତ ବହୁ ସରକାରୀ ବେସରକାରୀ କର୍ମଚାରୀ ତଥା ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମଟି ସ୍ଥାନୀୟ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ନେତୃତ୍ୱରେ ହୋଇଥିବା ବେଳେ ତୀର୍ଥବାସୀ ଘଡାଇ, ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁଚାରୁରୂପେ ପରିଚାଳନା କରିଥିଲେ

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories