#Breaking News

ବୋଲେରୋ ସହ ୨ ୩ କେଜି ଗଂଜେଇ ଜବତ, ୨ ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ମଙ୍ଗଳବାର ବଂଧଗଡ଼ ନିକଟ ସ୍ଥାନରେ ଚଢ଼ାଉ କରି ଏକ ବୋଲେରୋ ସହ ୨ ୩ କେଜି ଗଂଜେଇ ଜବତ କରିବା ସହ ୨ଗଂଜେଇ ମାଫିଆ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜବତ ବୋଲେରୋ ନମ୍ବର ଓ ଡି 02ଵି କ୍ୟୁ 4690ବୋଲି ପୋଲିସ କହିଛି l
କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ୱ ରେ ପୋଲିସ ଟିମ ବନ୍ଧ ଗଡ଼ ଛକ ଠାରେ ଅତର୍କିତ ଚଢ଼ାଉ କରିଥିଲା lଗିରଫ ୨ ଗଂଜେଇ ମାଫିଆ ହେଲେ କେନ୍ଦ୍ରାପଡା ଆଳି ଅଂଚଳ ର ପ୍ରଫୁଲ ପ୍ରଧାନ ଓ ଧର୍ମେନ୍ଦ୍ର ପାଣ୍ଡବ ବୋଲି ଜଣାପଡିଛି l ଏ ମାନେ କୁଆଡେ ରୀତି ମତ ଭାବେ ଚୋରା ଗଂଜେଇ କାରବାରରେ ଲିପ୍ତ ଥିଲେ l ଏ ସମ୍ପର୍କରେ ପୋଲିସ ୧୨ 0/୨ ୨ ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁ ଥିବା ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ କହିଛନ୍ତି l
ଥାନା ଅଧିକାରୀ ରାଓ ଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଯୋଗୁଁ ଗଂଜେଇ ମାଫିଆଙ୍କୁ ଗିରଫ କରିବାରେ ପୋଲିସ ସଫଳ ହେଉଛି l ଆଉ ଗଂଜେଇ ମାଫିଆ ମାନେ ସାବାଡ଼ ମଧ୍ୟହେଲେଣି lଫଳରେ ଦିନକୁ ଦିନ
ଗଂଜେଇ ଚୋରାଚାଲାଣ ମଧ୍ୟଅନେକାଂଶରେ କମିବା ଲକ୍ଷ କରାଯାଇଛି l

Leave a comment

Your email address will not be published. Required fields are marked *