କନ୍ଧମାଳ ଜିଲ୍ଲାସ୍ତରୀୟ ମଙ୍କିପକ୍ସ ସଚେତନତା କାର୍ଯ୍ୟକ୍ରମ

Udaya_Labanya | August 17, 2022 | 10 views |0 | Breaking News


କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ମଙ୍କିପକ୍ସ ସଂକ୍ରମଣ ପରିପ୍ରେକ୍ଷୀରେ ଜାତୀୟ ଏଡସ୍‍ ନିୟନ୍ତ୍ରଣ ସଂସ୍ଥାଙ୍କର ନିୟମ ପ୍ରକାରେ ଓଡ଼ିଶା ରାଜ୍ୟ ଏଡସ୍‍ ନିୟନ୍ତ୍ରଣ ସମିତି ଓ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ମଙ୍କିପକ୍ସ ସଚେତନତା କର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ଡାକ୍ତର ପ୍ରଶନ୍ନ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂକ୍ରମଣର ଲକ୍ଷଣ, ପ୍ରକାର ଓ ଏହା କିପରି ଅନ୍ୟ ସଂକ୍ରମଣ ଗୁଡିକ ଠାରୁ ଭିନ୍ନ ତାହା ଚିତ୍ର ଓ ଉପସ୍ଥାପନା ମାଧ୍ୟମରେ ବୁଝାଇବା ସହ କରୋନା ଭାଇରସ୍‍ ଭଳି ଯେତେବେଳେ ସ୍ଥାନୀୟ ଅଂଚଳରେ ରୋ୍‍ଗୀ ଚିହ୍ନଟ ହୋଇଯିବ ଓ ଏହା ମଧ୍ୟ ଦୃତ ସଂକ୍ରମଣ ହୋଇପାରେ ବୋଲି କହିଥିଲେ। ଏଥିସହ ଡି.ଏମ.ଓ ଡାକ୍ତର ଅଭୟ କୁମାର ପଟ୍ଟନାୟକ ଓ ଡି.ପି.ଏଚ.ଓ ଡାକ୍ତର କଲ୍ୟାଣି ମିଶ୍ର ଉପସ୍ଥିତ ରହି ଆମ ଜିଲ୍ଲାକୁ କିପରି ସଂକ୍ରମଣ ନ ହେବ ସେଥି ପ୍ରତି ଲକ୍ଷ୍ୟ ରଖାଯିବା ଉଚିତ୍‍ ବୋଲି କହିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳକ ମନୋରଞନ ସାହୁ ତାଙ୍କ ବକ୍ତବ୍ୟରେ ସମସ୍ତେ କିପରି ହାତକୁ ହାତ ମିଶାଇ ମଙ୍କିପକ୍ସକୁ ପ୍ରତିରୋଧ କରି ପାରିବା ସେଦିଗରେ ଗୁରୁତ୍ୱ ଦେଇଥିଲେ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସଚେତନତା ସୃଷ୍ଟି ପାଇଁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 26 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories