#Breaking News

ବୋଲେରୋ ପିକଅପ ସହ ୧୩୨ କେଜି ଗଂଜେଇ ଜବତ


ଫୁଲବାଣୀ (ସୁନୀଲ ପଟନାୟକ )
ଅବକାରୀ ବିଭାଗ ର ୬ ଜଣିଆ ସ୍କ୍ୱାଡ଼ କନ୍ଧମାଳ ଜିଲ୍ଲା ଗାଡିଆପଡା ଘାଟିରେ ବୋଲେରା ପିକଅପ ସହ ୧୩୨ କେଜି ଗଂଜେଇ ଜବତ କରିଛି l
ତେଵେ ଗଂଜେଇ ମାଫିଆ ମାନେଅବକାରୀ ଟିମ ଆଖିରେ ଧୂଳି ଦେଇ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲେ l
ସୂଚନା ଯୋଗ୍ୟ ଯେ, କୌଣସି ସୂତ୍ରରୁପୂର୍ବରୁ ସୁଚନା ପାଇ ଅବକାରୀ ବିଭାଗ ର ଏକ ୬ ଜଣିଆ ଟିମ ଗାଡ଼ିଆ ପଡା ଘାଟିରେ ଛକି ରହିଥିଲେ l ହେଲେ ଅବକାରୀ ବିଭାଗ ଗାଡି ଅଟକାଇବାକୁ ଚେଷ୍ଟା କରିବାବେଳେ ଗାଡିକୁ ଧକା ଦେଇ ବୋଲେରୋ ପିକଅପ ପଳାଇଥିଲା ତାକୁ ପିଛା କରି ଗାଡିକୁ ଧରିଥିଲା ଅବକାରୀ ଟିମ l ଗାଡି ଛାଡି ଦେଇ ଅଭିଯୁକ୍ତ ମାନେ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲେ ବୋଲି ଅବକାରୀ ବିଭାଗ କହିଛି l
ଗାଡିରେ ଥିବା ୧ ୩ ୨ କେଜି ଗଂଜେଇ ଜବତ କରିଥିବାବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାଲାଗି ଖୋଜୁଥିବା କହିଛନ୍ତି ଇନିସ୍ପେକ୍ଟର l

Leave a comment

Your email address will not be published. Required fields are marked *