#Breaking News

ଆଜି ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧ ଦିବସ, ଚକାପାଦ ଓ ଜଲେଶପଟ୍ଟା ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ଫୁଲବାଣୀ(ସୁନୀଲ ପଟନାୟକ )
ଆଜି ପବିତ୍ର ଜନ୍ମାଷ୍ଟମୀ, ଓ
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ, Iଠିକ ଆଜିକୁ ଚଉଦ ବର୍ଷ ତଳେ ତୁମୁଡିବନ୍ଧ ଜଲେଶପଟା ଆଶ୍ରମ ପରିସରରେଧୁମ ଧାମ ରେ ଜନ୍ମାଷ୍ଟମୀ ପୂଜା ଚାଲିଥିବାବେଳେ ଦୁର୍ବର୍ତ୍ତମାନେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସମେତ ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ।
ଫଳରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ତୁମୁଡିବନ୍ଧ ର ଜଲେଶପଟା ଓ ଚକାପାଦ ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ଓ ସ୍ୱାମିଜୀଙ୍କ ଶ୍ରାଦ୍ଧ ଦିବସ ଭାବେ ପାଳନ କରାଯାଉଛି ।
ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

ଆଜି କଡ଼ା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲାର ଚକାପାଦ ଓ ଜାଲେସ ପଟା ଆଶ୍ରମରେ ପବିତ୍ର ଜନ୍ମ ।ଷ୍ଟମୀ ପୂଜା ଓ ସ୍ୱାମୀ ଜିଙ୍କ ଶ୍ରାଦ୍ଧ ଦିବସ ପାଳନ ହେଉଛି l

ଆଜି ଗୁରୁବାର ଚକାପାଦ ଆଶ୍ରମ ରେ ସକାଳୁ ସକାଳୁ କଳସ ଶୋଭାଯାତ୍ରା ପରେ ଗୋପୁଜନ, ନାମ
ସଂ କିର୍ତ୍ତନ, ନଗର ପରିକ୍ରମା, ପୂଜାର୍ଚନା, ଯଂଜ୍ଞ, ସବୁ ଚାଲିଥିବାବେଳେ ଦୁଇଟାରେ ଅନ୍ନ ଯଂଗ୍ୟ, ଓ ଅପରାହ୍ନ ରେ ଶ୍ରଦ୍ଧାଞ୍ଜଳି ସଭା ଆଦି କରାଯିବ ବୋଲି
ଚକାପାଦ ଆଶ୍ରମର ପରିଚାଳକ କୃଷ୍ଣ l ନନ୍ଦ ସରସ୍ଵତୀ କହିଛନ୍ତି ।

ପରିଚାଳକ, ଚକାପାଦ ଆଶ୍ରମ
। ସୁରକ୍ଷାକୁ ଦୃଷ୍ଟିରେ ରଖି ଚକାପାଦ ଓ ଜାଲେସ ପଟ ଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି l
ଚକାପାଦ ରେ ଅତିରିକ୍ତ ଏସପି ଓ ଜି. ଉଦୟଗିରି ଏସ ଡି ପି ଓ, ଙ୍କ ତତ୍ୱାବଧାନ ରେ ପୋଲିସ ଇନସ ପେକଟର, ଙ୍କ ସମେତ ୨ ପ୍ଲାଟୁ ନ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ନେଇ ଡେପୁଟି ଏସପି ନିରଞ୍ଜନ ପାଢ଼ୀ କହିଛନ୍ତି l

ତେବେ ସ୍ୱାମୀ ଲକ୍ଷ୍ମଣ। ନନ୍ଦ ଙ୍କ ସମେତ ୫ ଜଣଙ୍କୁହତ୍ୟା ମାମଲାରେ ଜଡିତ ମୋଟ ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ।
ସେହିପରି କନ୍ଧମାଳ ଦଙ୍ଗା ଘଟଣାରେ ୬୩୯ଟି ମାମଲା ରୁଜୁ ହୋଇଥିଲ। । ସେଥିରୁ ୧୧୩ଟି ମାମଲାରେ ୪୦୩ ଜଣ ଅଭିଯୁକ୍ତ ଦଣ୍ଡିତ ହୋଇଥିବାବେଳେ ୫ ହଜାର ଅଭିଯୁକ୍ତ ଖଲାସ ହେଇଥିଲେ। ତେବେ ସ୍ୱାମୀଜୀଙ୍କ ମୁଖ୍ୟ ହତ୍ୟାକାରୀ ଙ୍କୁ ଏଯାଏ ଗିରଫ କରାଯାଇନଥିବା ବିଶ୍ଵ ହିନ୍ଦୁ ପରିଷଦ ଅଭିଯୋଗ କରିଛି ।

Leave a comment

Your email address will not be published. Required fields are marked *