#Breaking News

ପୁଣି ଲଗାଣ ବର୍ଷା ଯୋଗୁଁ ବେହାଲ ଫୁଲବାଣୀ ସହର, ଘରେ ପଶିଲା ପାଣି, ଡ୍ୟାମ ଉପରେ ୩ ଫୁଟ ଉଚାର ବନ୍ୟାପାଣି, ଯୋଗାଯୋଗ ବିଛିନ୍ନ


ଫୁଲବାଣୀ (ସୁନୀଲ ପଟନାୟକ )
ପୁଣି ଲଘୁଚାପ ଜନିତ ବର୍ଷା ହେବା ଯୋଗୁ ଫୁ ଲବାଣୀ ସହର ସମେତ କନ୍ଧମାଳ ଜିଲା ଏବେ ବେହାଲ ହୋଇପଡ଼ିଛି | ସହର ର ବିଭିନ୍ନ ସ୍ଥାନରେ ଘରେ ପାଣି ପଶିଥିବା ବେଳେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହେବାର ଦେଖିବାକୁ ମିଳିଛି | ଗତ ରାତିଠୁ ଲଗାଣ ବର୍ଷା ହେବା ଯୋଗୁ ଫୁଲବାଣୀର ଢିପାସାହି ର ରାସ୍ତା ଉପରେ ତିନି ଫୁଟ୍ ର ପାଣି ଚାଲୁଥିବା ବେଳେ ଘରେ ଲୋକଙ୍କର ପାଣି ପଶିଥିବାର ଦେଖିବାକୁ ମିଳିଛି | ନିଜ ନିଜ କାର୍ଯ୍ୟ କରିବାପାଇଁଲୋକେ ବାହାରକୁ ବାହାରିବା କଷ୍ଟ ଦାୟକ ହୋଇପଡିଛି ଛାତ୍ର ଛାତ୍ରୀ ମାନେ ସ୍କୁଲକୁ ଯାଇ ପାରୁନାହାନ୍ତି | ନାଳରେ ପାଣି ଆସିବା ଯୋଗୁ ଫୁଲବାଣୀ ଠାରୁ କୁମ୍ଭାର ପଡା କୁ ଯାତାୟତ ଏକ ପ୍ରକାର୍ ବିଛିନ୍ନ ହୋଇଛି | ସେହିଭଳି ପିଲା ସଲୁଙ୍କି ନଦୀରେ ଜଳ ସ୍ତର ବଢିବା ଯୋଗୁ ନଦୀଖଣ୍ଡି ଏବଂ ଡାକପାଲା ଡ୍ୟାମ୍ ଉପରେ ତିନି ଫୁଟ ର ପାଣି ଯିବା ଯୋଗୁ ଡାକପାଲା, ଦାମୀଗାଁ ଯାତାୟତ ବିଛିନ୍ନ ହୋଇଛି | ଲଗାଣ ବର୍ଷା ଯୋଗୁଁ ମାଦିକୁନ୍ଦl ଛକ ଠାରେ ଗୋଟିଏ ବଡ଼ ଗଛ ପଡ଼ିବା ଦ୍ଵାରା ପାଞ୍ଚଟି ଦୋକାନ ଘର ସହ ରାସ୍ତା ଅବରୋଧ ହୋଇଛି | ଦୋକାନ ଘର ଉପରେ ଗଛ ପଡ଼ିବା ଦ୍ଵାରା ଦୋକାନର ଜିନିଷ ଗୁଡିକ ନଷ୍ଟ ହୋଇଛି | ସେହି ଭଳି ଚକାପାଦ ବ୍ଲକର ପୋଡ଼ାମାହା ଘାଟିରେ ପାହାଡ ରୁ ମାଟି ଅତଡା ଖାସି ରାସ୍ତା ଉପରେ ବଡ଼ ବଡ଼ ପଥର ଏବଂ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି | ଚକାପାଦ, ବେହେରାଗାଁ, ପୋଡ଼ାମାହା, ଟିକାବାଲି କୁ ଯାତାୟତ ଠପ୍ ରହିଛି l
ଜିଲାର ଅନ୍ୟାନ୍ୟ ସ୍ଥାନରେ ବି ଲଗାଣ ବର୍ଷା ଜାରିରହିବା ଫଳରେ ଝାଟି ମାଟି ଘର କାଂଥ ଭାଙ୍ଗିରୁଜି ଯାଇଛି ଜିଲ୍ଲା ପ୍ରସାଶନ ସତର୍କ ଦ୍ରୁଷ୍ଟି ରଖିଥିବା କହିଛି l

Leave a comment

Your email address will not be published. Required fields are marked *