ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ହେଲେ କନ୍ଧମାଳ ପର୍ଯ୍ୟବେକ୍ଷକ

Udaya_Labanya | August 19, 2022 | 29 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ
ରାଜ୍ୟ ବିଜେ ଡି ର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କନ୍ଧମାଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତି ପାଇବାପରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଓ ତାଙ୍କ ସହାୟକ ପ୍ରମୋଦ ମାଝୀ ଶ୍ରୀ ମିଶ୍ରଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ଵାଗତ କରିଛନ୍ତି lତାଙ୍କ ନେତୃତ୍ୱରେ ଜିଲ୍ଲା ରେ ଦଳୀୟ ସଂଗଠନ ମଜଭୁତ ହେବ ଆଉ ଆଗାମୀ ନିର୍ବାଚନରେ ଦଳ ପୁଣି ବାଜିମାତ କରିବ ବୋଲି ବିଧାୟକ ସାଲୁଗା ପ୍ରଧାନ ଆଶା ପୋଷଣ କରିଛନ୍ତି l

ସୂଚନା ଯୋଗ୍ୟ, ଯେ କନ୍ଧମାଳ ଜିଲ୍ଲା ସମେତ ଅନ୍ୟାନ୍ୟ କେତଟି ଜିଲ୍ଲା ପାଈଁ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଶ୍ରୀ ମିଶ୍ର ଙ୍କୁ ଏହି ନିଯୁକ୍ତି ଦେଇଛନ୍ତି l
ଶାସକ ବିଜେଡି ଆଗାମୀ 2024 ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ସଙ୍ଗଠନ କୁ ଅଧିକ ସୁଦୃଢ଼ କରିବା ପାଈଁ ଏହି ନିଯୁକ୍ତି ଦେଇଛନ୍ତି l
ଶ୍ରୀ ମିଶ୍ର ଙ୍କ ନିଯୁକ୍ତି ପରେ ଜିଲାରେ ବିଜେଡି ସଂଗଠନ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ ହେବ ବୋଲି ଜିଲ୍ଲା ସଭାପତି ସରୋଜ କୁମାର କର୍ଣ କହିଛନ୍ତି l
ନୂତନ ନିଯୁକ୍ତି ପାଇବାପରେ ଦେବୀ ମିଶ୍ରଙ୍କୁ ସଭାପତି କର୍ଣ,ବିଜେଡି କାଉନ୍ସିଲର ତଥା ଯୁବନେତା ରାଜେନ୍ଦ୍ର ପାଢ଼ୀ, ବିଜେଡି ବରିଷ୍ଠନେତା କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ସାହୁ, ବାଲିଗୁଡା ବ୍ଲକ ବିଜେଡି ନେତା ଟୁନା ଦାଶ, ନଗର ସଭାପତି ସୁଧୀର କହଁର, ପ୍ରମୁଖ ସ୍ଵାଗତ କରିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 27 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories